ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା । ତେବେ ମୋଦୀ ସରକାର ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି । ଏହାକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଅନେକ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ବିରୋଧ ମଧ୍ୟ କରିଛନ୍ତି । ସେନାରେ ସାମିଲ ହେବାକୁ ଉଚ୍ଛୁକ ଥିବା କିଛି ଯୁବକ ଏହାକୁ ବିରୋଧ କରି ବିହାର, ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ ସହ ଅନେକ ରାଜ୍ୟରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହାରି ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ବଡ଼ ଘୋଷଣା କରିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଦଶମ ପାସ୍ ଅଗ୍ନିବୀରଙ୍କୁ ଦ୍ୱାଦଶ ପାସ ସାର୍ଟିଫିକେଟ ପ୍ରଦାନ କରାଯିବ। କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ । ଅଗ୍ନିବୀର ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଏବଂ କୌଶଳ ହାସଲ କରି ସମାଜରେ ସୃଜନଶୀଳ ଭୂମିକା ଗ୍ରହଣ କରିବେ । ଘଓଙଝର ଦ୍ୱାଦଶ ପାସ ପ୍ରମାଣ-ପତ୍ର ସାରା ଦେଶରେ ଚାକିରି ଏବଂ ଉଚ୍ଚ ଶିକ୍ଷା ଉଭୟ ଉଦ୍ଦେଶ୍ୟ ପାଇଁ ମାନ୍ୟତା ହାସଲ କରିଛି, ଯାହା ଅଗ୍ନିବୀରଙ୍କୁ ଜୀବନରେ ପ୍ରଗତି ପାଇଁ ବିଭିନ୍ନ ସୁଯୋଗ ପ୍ରଦାନ କରିବ।
