ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ପୁଣି ଥରେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ଘଟାଇଲେ ହିଂସା କାଣ୍ଡ । ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ସଶସ୍ତ୍ର ମାଓବାଦୀ ମାନେ ପହଞ୍ଚି ଗାଡି ପୋଡି ଦେଇଛନ୍ତି ।
ଖବର ଅନୁଯାୟୀ, ଚେରଲା ଥାନା ଗୋରକୋଣ୍ଡା ଗାଁ ନିକଟରେ ବନ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ଠିକ ଏହି ସମୟରେ ନକ୍ସଲ ମାନେ ସେଠାରେ ପହଞ୍ଚି ଏକ ପ୍ରୋକଲିନ ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ପୁର୍ବରୁ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ ଲାଲ୍ ବାହିନୀ ।
ଘଟଣା ସ୍ଥଳରେ ସିଆରପିଏଫ ଓ ଏସଟିଏଫ ବାହିନୀ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି ।ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।
