ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଝୁଲି ପଡ଼ିଲେ ପ୍ରେମୀଯୁଗଳ । ଗଛରେ ଦଉଡି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।
ଯୁବକ ଜଣକ ପାପଡାହାଣ୍ଡି ବ୍ଲକ୍ ଖୁଟୁବାଇ ପଞ୍ଚାୟତର ଦାମାପାଲା ଗ୍ରାମର ଡମ୍ବରୁ ହରିଜନ ଏବଂ ସେହି ଗାଁ ଜବାଗୁଡ଼ାର ଝିଅ ତିଳେଇ ହରିଜନ ବୋଲି ଜଣାପଡ଼ିଛି । ପ୍ରେମୀ ଯୁଗଳ ଦୁହେଁ ସମ୍ପର୍କୀୟ ହୋଇଥିବା ବେଳେ ଦୁହିଁଙ୍କ ପ୍ରେମକୁ କୌଣସି କାରଣରୁ ସ୍ବୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
