ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲ୍ ନର୍ବେକର୍ ହେଲେ ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି । ତେବେ ୨୮୮ ସଦସ୍ୟବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ଆଜି ‘ବିଜେପି’ ବିଧାୟକ ରାହୁଲ୍ ନର୍ବେକର୍ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟୀ ହୋଇଛନ୍ତି। ଆଜି ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ନିମନ୍ତେ ମତଦାନ ଆରମ୍ଭ ହୋଇଥିଲା। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍ରେଙ୍କ ଅନୁଗାମୀ ରାଜନ ସାଲ୍ୱି ‘ଶିବସେନା-ଏନ୍ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ ୪୫ ବର୍ଷିୟ ‘ବିଜେପି’ ବିଧାୟକ ରାହୁଲ୍ ନର୍ବେକର୍। ନର୍ବେକର ୧୬୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ସାଲ୍ୱି ୧୦୭ ଖଣ୍ଡ ଭୋଟ୍ ପାଇଛନ୍ତି। ‘ବିଜେପି’ ନେତା ସୁଧୀର ମୁଙ୍ଗାନ୍ତିୱାର୍ କହିଥିଲେ, ବାଚସ୍ପତି ପଦ ନିମନ୍ତେ ‘ବିଜେପି’ ପ୍ରାର୍ଥୀ ରାହୁଲ୍ ନର୍ବେକର୍ଙ୍କ ନାମ ପ୍ରସ୍ତାବ ଦିଆଯିବ।
ପ୍ରଥମେ ବାଚନିକ ଭୋଟ୍ କରାଯିବ। ଯଦି କେହି ଭୋଟ୍ ବିଭାଜନ ପାଇଁ କହନ୍ତି, ତେବେ ତାହା କରାଯିବ ଏବଂ ନିର୍ବାଚିତ ବାଚସ୍ପତି ଦାୟିତ୍ବ ଗ୍ରହଣ କରିବେ। ଆମ ପ୍ରାର୍ଥୀ ୧୬୫-୧୭୦ ଭୋଟ୍ ପାଇବ ବୋଲି ଆଶା। ସେ ଆହୁରି ମଧ୍ୟ କହିଥିଲେ, ବାଚସ୍ପତି ନିର୍ବାଚନ ପାଇଁ କୌଣସି ହୁଇପ୍ ଜାରି କରାଯାଇନାହିଁ। ତେଣୁ, ନିଜ ନିଜର ବିବେକ ଅନୁସାରେ ଭୋଟ୍ ଦେବାକୁ ସମସ୍ତ ସଦସ୍ୟଙ୍କୁ ମୋର ନିବେଦନ। ବାଲାସାହେବ ଠାକ୍ରେଙ୍କ ଆଦର୍ଶରେ ଅନୁପ୍ରାଣିତ ଶିବସେନା ହ୍ବିପ୍ ଜାରି କରିଛି ଏବଂ ଉଦ୍ଧବ ଠାକ୍ରେଙ୍କ ଗୋଷ୍ଠୀ ମଧ୍ୟ ହ୍ବିପ୍ ଜାରିକରିଛି। ଆମେ ବାଲାସାହେବଙ୍କ ଶିବସେନା ସହ ମେଣ୍ଟ କରିଛୁ। ସେପଟେ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ସହ ସାକ୍ଷାତ୍କାର ବେଳେ ‘ବିଜେପି’ର ରଣନୀତି ବିଷୟରେ ପଚରାଯିବାରୁ ରାହୁଲ୍ ନର୍ବେକର କହିଲେ, ବିଜୟ ହାସଲ କରିବା ପରେ, ମେଣ୍ଟର ସଂଖ୍ୟାଗରିଷ୍ଠତା ଅଛି ବୋଲି ଗୃହରେ ପ୍ରମାଣ କରିବୁ।
ଅନ୍ୟପଟେ କଂଗ୍ରେସର ନାନା ପାଟୋଲେ କଂଗ୍ରେସ ପରିତ୍ୟାଗ କରିବା ପରେ ଗତ ଫେବ୍ରୁଆରି ମାସରୁ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ବଦବୀ ଖାଲି ପଡ଼ିଥିଲା। ଫେବ୍ରୁଆରି ମାସରୁ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ବଦବୀ ଖାଲି ପଡ଼ିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
