ବର୍ଷା ଓ ଅନୁଭବ ବିବାଦ: ଫ୍ୟାମିଲି କୋର୍ଟରେ ୨ ଦିନ ଚାଲିବ ସାକ୍ଷ୍ୟ ଗ୍ରହଣ

କଟକ ; ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା କୋର୍ଟରେ ପହଞ୍ଚିଥିବା ବେଳେ, ଶୁଣାଣୀ ଚାଲିଥିବା ବେଳେ, ସୋମବାର ଫ୍ୟାମିଲି କୋର୍ଟ କଟକରେ ଶୁଣାଣି ହୋଇଛି । ଏନେଇ କୋର୍ଟରେ ହାଜର ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନୁଭବ । ୫ ଓ ୬ ତାରିଖ ଯାଏଁ ଚାଲିବ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ।

ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଦୁଇ ଦିନ ଧରି ଚାଲିବ ।

ଏହି ସମୟରେ ପତ୍ନୀ ବର୍ଷାଙ୍କ ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତା ପ୍ରଦାନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ବର୍ଷାଙ୍କ ଓକିଲଙ୍କ ଜରିଆରେ ସେ ଏହି ପବିତ୍ର ପୁସ୍ତକ ପ୍ରଦାନ କରିଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି , ବର୍ଷା ଗୀତା ଅନୁଗାମୀ ହୁଅନ୍ତୁ ଏବଂ ସଠିକ୍ ନିଷ୍ପତ୍ତି ନିଅନ୍ତୁ । ଆଜି କଟକ ଫାମିଲି କୋର୍ଟରେ ହାଜର ହୋଇଥିଲେ ଅନୁଭବ । ତାଙ୍କ ଦ୍ବାରା ଦାୟର କରାଯାଇଥିବା ଛାଡପତ୍ର ଆବେଦନ ଉପରେ କୋର୍ଟ ଶୁଣାଣୀ କରିଛନ୍ତି । ତା ସହ ପ୍ରତିପକ୍ଷ ଓକିଲ ଅନୁଭବଙ୍କ ଜେରା ମଧ୍ୟ କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ବୁଧବାର ଯାଏଁ ଚାଲିବ ।

ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିଲେ ଅନୁଭବ । ପରେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଛି । ତେବେ ଏହି ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଗତ କେଇ ମାସ ହେବ ଖବରର ଶିରୋନାମା ସାଜିଛନ୍ତି । ଉଭୟ ଉଭୟଙ୍କ ବିରୋଧରେ ଏକାଧିକ ମାମଲା ଦାୟର କରି ଏହା ପ୍ରମାଣିତ କରିଛନ୍ତି ଯେ , ଉଭୟଙ୍କ ଭିତରେ ସୃଷ୍ଟି ହୋଇଥିବା ବିବାଦର ଆଉ ସମାଧାନ ହୋଇପାରିବ ନାହିଁ । ଏପରି ସ୍ଥିତିରେ ଆଜି ଅନୁଭବ ପତ୍ନୀଙ୍କ ଲାଗି ଧର୍ମ ପୁସ୍ତିକା ପ୍ରଦାନ କରିବା ପଛର ପ୍ରକୃତ ଉଦ୍ଦେଶ୍ୟ କଣ ତାହା କହିବାଟା ମୁସ୍କିଲ।

Related Posts