ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ମଧ୍ୟରେ ଧାରଣା ଉପରେ ପ୍ରତିବନ୍ଧକ ଲଗାଯାଇଛି। ରାଜ୍ୟସଭାର ସଚିବଙ୍କ ଏକ ନୂଆ ନିର୍ଦ୍ଦେଶ ଅନୁସାରେ ଏବେଠାରୁ ସଂସଦ ମଧ୍ୟରେ କୌଣସି ପ୍ରକାର ପ୍ରଦର୍ଶନ, ଧାରଣା, ଧର୍ମଘଟ, ଉପବାସ, କିମ୍ବା କୌଣସି ଧାର୍ମିକ ସମାରୋହ କରିବା ଉପରେ ରୋକ୍ ଲଗାଯାଇଛି।ଏହି ନିର୍ଦ୍ଦେଶକୁ ଅଖିଳ ଭାରତ କଂଗ୍ରେସ୍ କମିଟିର ସାଧାରଣ ସଂପାଦକ ଜୟରାମ ରମେଶ ବିରୋଧ କରିଛନ୍ତି। ଶ୍ରୀ ରମେଶ ଏହାକୁ ବିରୋଧ କରି ପ୍ରଧାନ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହି ନିର୍ଦ୍ଦେଶନାମାର ଫଟୋକୁ ଟୁଇଟ କରି ରମେଶ ଲେଖିଛନ୍ତି ” ବିଶ୍ୱଗୁରୁ ଙ୍କର ନୂତନ ଆଦେଶ ଧାରଣା ମନା ହେ”। ଏହି ନିର୍ଦ୍ଦେଶ ପାରେ ବିଭିନ୍ନ ମହଲରୁ ଏହି ନିଷ୍ପତିକୁ ନିନ୍ଦା କରାଯାଇଛି।
ତେବେ ଗତକାଲି ମଧ୍ୟ ଲୋକସଭା ସଚିବାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କିଛି ଶବ୍ଦ କୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା। ଏହି ଶବ୍ଦ ଗୁଡ଼ିକୁ ସାଂସଦ ମାନେ ଗୃହ ରେ ବ୍ୟବହାର କରିବା ନେଇ ରୋକ୍ ଲଗାଯାଇଥିଲା । ଏହା ପରେ ବିରୋଧୀ ମାନେ ଏହି ନିଷ୍ପତିକୁ ବିରୋଧ କରିଛନ୍ତି ଓ ତୁରନ୍ତ ଏହି ନିଷ୍ପତି ଫେରାଇ ନେବାକୁ ଦାବି କରି ସରକାରଙ୍କୁ ସମାଲୋଚନା କରିଛନ୍ତି ।





