ଜୟପୁର: ରାଜସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ ହୋଇଛି । ଆଜି(ଶନିବାର) ଭୋର ୩ଟା ୫୨ ମିନିଟରେ ବିକାନେରର ପଶ୍ଚିମ ଦକ୍ଷିଣ ପଶ୍ଚିମ ଠାରୁ ୩୭୩ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭୂକମ୍ପର ଗଭୀରତା ୭୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ ୨୯.୦୨ ରହିଥିବାବେଳେ ଦ୍ରାଘିମା ୬୯.୬୬ ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ପୂର୍ବରୁ ଗତକାଲି(ଶୁକ୍ରବାର) ଆଫଗାନିସ୍ତାନରେ 4.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
