ଭୁବନେଶ୍ୱର : ଏବେ ବାଟରେ ପଡ଼ି ହାଟରେ ଗଡୁଛି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଝଗଡ଼ାର ଭାଇରାଲ ଭିଡ଼ିଓ । ଷ୍ଟାର କଳିର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏବେ ପୋଲିସ ଆରମ୍ଭ କରିଛି ତଦନ୍ତ। ଏହାରି ମଧ୍ୟରେ ଆଜି ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ସତ୍ୟବିହାରରେ ଥିବା ଘରେ ପହଞ୍ଚିଛି ପୋଲିସ ।

ଖାରବେଳନଗର ଥାନାର ଏକ ଟିମ୍ ତାଙ୍କ ଘରେ ପହଞ୍ଚିଥିବା ଜଣାପଡିଛି । ଘଟଣାକୁ ନେଇ ପଚରାଉଚରା ପାଇଁ ପେଲିସ ଟିମ୍ ଆସିଥିବା କୁହାଯାଉଛି ।

ଅନ୍ୟପଟେ ବିବାଦ ପରେ ଚେନ୍ନାଇ ଯାଇ ପ୍ୟକୃତି ସେଠାରେ ନିଜ ପରିବାର ସହ ଖୁସି ମନାଇବାର ଫଟୋ ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ସେ ଗତରାତିରେ ପୁଣି ଭୁବନେଶ୍ୱର ଫେରି ଆସିଥିବା କୁହାଯାଉଛି ।

ତେବେ ଷ୍ଟାର କଳିକୁ ନେଇ ୨ଟି ଏତଲା ଥାନାରେ ଦିଆଯାଇଛି । ପୋଲିସ ଉଭୟ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲା । ଘଟଣାକୁ ନେଇ ଆଜି ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରାଯାଉଛି ।

ତେବେ ବାବୁସାନ୍ ଏବେ କେଉଁଠି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପ୍ରାୟ ୧ ଘଣ୍ଟା ଧରି ପ୍ରକୃତିଙ୍କୁ ପଚରାଉଚରା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ତଦନ୍ତ ସମୟରେ ପ୍ରକୃତି ପୋଲିସ କୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ମିଳିଛି ।