ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜଗଦୀପ ଧନଖର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର । ସେ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଅଲଭାଙ୍କୁ ନିର୍ବାଚନରେ ପରାସ୍ତ କରିଛନ୍ତି। ଜଗଦୀପଙ୍କୁ ୫୨୮ ଭୋଟ ମିଳିଥିବାବେଳେ ଆଲଭାଙ୍କୁ ୧୮୨ ଭୋଟ ମିଳିଛି।

ଶନିବାର ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୯୩ ପ୍ରତିଶତ ଭୋଟ ରେକର୍ଡ କରାଯାଇଥିଲା। ନିର୍ବାଚନ ଅଧିକାରୀ କହିଥିଲେ ଯେ ୫୦ ରୁ ଅଧିକ ସାଂସଦ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରି ନ ଥିଲେ। ସୂଚନା ଅନଯାୟୀ ମୋଟ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ ଦେଇଥିଲେ। ମତଦାନରୁ ତୃଣମୂଳ କଂଗ୍ରେସ ନିବୃତ୍ତ ରହିଥିଲା। ଏହାର ୩୪ ସାଂସଦ ଭୋଟ ଦେଇ ନ ଥିଲେ।

Related Posts