ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନୀତିଶ କୁମାର ବିଜେପିର ହାତ ଛାଡିଛନ୍ତି। ଏହାପରେ ସେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ନୀତୀଶ କୁମାରଙ୍କ ସହିତ ମିଶି ସରକାର ଗଠନ କରିବାକୁ ଯାଉଛନ୍ତି। ବିହାରରେ ଜାରି ରାଜନୈତିକ ହଟ ଚମଟ ମଧ୍ୟରେ ତେଜସ୍ଵୀ ଯାଦବ ବିଜେପିକୁ କଡା ସମାଲୋଚନା କରିଛନ୍ତି। ତେଜସ୍ଵୀ କହିଛନ୍ତି ବିଜେପି ସାମ୍ପ୍ରଦାୟିକ ରାଜନୀତି କରୁଛି, ଏହି ଆଳରେ ଲୋକ ମାନଙ୍କୁ ବିଭକ୍ତ କରୁଛି ଓ ନିଜର ସହଯୋଗୀ ଦଳ ମାନଙ୍କୁ ଦୁର୍ବଳ କରୁଛି। ସେଥିପାଇଁ ଧୀରେ ଧୀରେ ସମସ୍ତ ସହଯୋଗୀ ଦଳ ବିଜେପିର ହାତ ଛାଡ଼ି ଦେଉଛନ୍ତି ବୋଲି ତେଜସ୍ଵୀ କହିଛନ୍ତି। ସେ ଆହୁରି କହିଛନ୍ତି ଦେଶର ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି। ଦେଶର ବିଭିନ୍ନ ରାଜ୍ୟରେ ବିଧାୟକ ମାନଙ୍କୁ ଅର୍ଥି ଲୋଭ ଦେଇ ହେଉ କିମ୍ବା କେନ୍ଦ୍ରୀୟ ଏଯେନ୍ସି ଗୁଡ଼ିକର ଭୟ ଦେଖାଇ ହେଉ ରାଜନୈତିକ ଦଳ ଗୁଡ଼ିକୁ ଭାଙ୍ଗି ସମ୍ବିଧାନକୁ ବିଜେପି ଉପହାସ କରୁଛି ବୋଲି ତେଜସ୍ଵୀ କହିଛନ୍ତି।
ସୂଚନା ଅନୁସାରେ ମଙ୍ଗଳବାର ଦିନ ବିହାରରେ ନୀତିଶ କୁମାର ବିଜେପିର ହାତ ଛାଡ଼ିବା ପରେ ସେ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଦୁଇଥର ଭେଟିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ପରେ ଆରଜେଡି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହା ଗଠବନ୍ଧନର ନେତା ଭାବରେ ସରକାର ଗଠନ ପାଇଁ ଦାବି ଜଣାଇଥିଲେ କରିଥିଲେ। ଏହାପରେ ଆଜି ଦିନ ୨ଟାରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାନେଇ ସୂଚନା ମିଳିଛି।





