ମୁମ୍ବାଇ : ପ୍ରଫେଟ୍ ବିରୋଧୀ ଟିପ୍ପଣୀ ପାଇଁ ବିବାଦ ଘେରରେ ଥିବା ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ୁଥିବା ବେଳେ, ସେପଟେ ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ ଠାକରେ ସମର୍ଥନ କରିଛନ୍ତି। ଏମଏନଏସ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେବା ସମୟରେ ଠାକରେ ନୂପୁର ଶର୍ମାଙ୍କ ପକ୍ଷ ନେଇଛନ୍ତି।
ସେ କହିଛନ୍ତି, ନୂପୁର ଶର୍ମା କିଛି କହିଲେ ଓ ସେମାନେ ତାଙ୍କୁ ନିଲମ୍ବିତ କଲେ। ସମସ୍ତଙ୍କୁ କ୍ଷମା ମାଗିବାକୁ କହିଲେ।
କିନ୍ତୁ ମୁଁ ନୂପୁରଙ୍କ ପକ୍ଷ ନେଉଛି। ନୂପୁର ତାଙ୍କ ମନକୁ ଯାହା ଆସିଲା ତାହା କହିନାହାନ୍ତି। ବାସ୍ତବ କଥା ଯାହା ତାହା ସେ କହିଛନ୍ତି। ଭାରତରୁ ପଳାୟନ କରିଥିବା ଜାକିର ନାଏକ ଜଣେ ମୁସଲିମ ଧର୍ମ ପ୍ରଚାରକ ଏବଂ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନର ପ୍ରତିଷ୍ଠାତା। ଜାକିର ନାଏକ ଜଣେ ମୁସଲିମ। ନୂପୁର ଶର୍ମା ଯାହା କହିଛନ୍ତି, ଜାକିର ନାଏକ ମଧ୍ୟ ଏକ ସାକ୍ଷାତକାରରେ ସମାନ କଥା କହିଛନ୍ତି। କିନ୍ତୁ ଜାକିର ନାଏକଙ୍କୁ କେହି କ୍ଷମା ମାଗିବାକୁ କହିନଥିଲେ।
