ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ମୋକିମଙ୍କ ଜାମିନଙ୍କୁ ମଞ୍ଜୁର କରାଯାଇଛି । ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ମୋକିମ । ଭିଜିଲାନ୍ସ ମାମଲାରେ ତାଙ୍କର ଆବେଦନକୁ ହାଇକୋର୍ଟରେ ଗୃହିତ କରାଯାଇଛି । ଯାହା ଆଶା କରାଯାଉଥିଲା ମୋକିମଙ୍କ ବିଧାୟକ ପଦ ଯିବ ବୋଲି କିନ୍ତୁ ତାଙ୍କୁ ଏଥିରେ ତାଙ୍କୁ ଆଶ୍ୱସ୍ତି ମିଳିଛି ।ଏନେଇ ମୋକିମଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜାମିନ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହେଇଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ନାମରେ ଭୁବନେଶ୍ୱର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗିରଫ ପାଇଁ ଦଣ୍ଡାଦେଶ ହୋଇଥିଲା । ତେଣୁ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ କଟକ ବାରବାଟୀ ବିଧାୟକ। ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ କରାଯାଇଥିଲା । କିନ୍ତୁ ଏଥିରେ ହାଇକୋର୍ଟ ରିହତାଦେଶ ଶୁଣାଇଛନ୍ତି ।