ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ : କେନାଲ କଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଜଲଡ଼ିହି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗାଁ ପାଖରେ ଥିବା କେନାଲ କଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର।

ଏକ ନବଜାତ ଶିଶୁକୁ ସେଠାରେ ମାଟି ଖୋଳି ପୋତା ହୋଇଥିଲା। କିନ୍ତୁ ଶିଶୁର ହାତ ବାହାରକୁ ଦେଖାଯାଉଥିଲା। ସ୍ଥାନୀୟ ଲୋକେ ଏହାଦେଖି ପୋଲିସକୁ ଖବର ଦେଇଥିଲେ।

ପରେ ଘଟଣାସ୍ଥଳରେ ପୋଲିସ ଆସି ମୃତଦେହକୁ ଉଦ୍ଧାର କରିଥିଲା। ସାଇଣ୍ଟିଟିଫିକ ଟିମ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଶିଶୁକୁ ଜନ୍ମ ଦେଇ ତାର ମାଆ ଏପରି ପୋତି ଦେଇଯାଇଛି ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଛନ୍ତି।

Related Posts