ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ଶୁଣିଲାନି ପ୍ରଶାସନ: ମନମୁଣ୍ଡା ଗ୍ରାମ ପଂଚାୟତରେ ତାଲା ପକାଇଲେ ଉତ୍ୟକ୍ତ ଅଞ୍ଚଳବାସୀ

ବୌଦ୍ଧ : ଦୀର୍ଘ ଦିନ ହେବ ପାନୀୟଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ମିଳିଲାନି ସମସ୍ୟା ର ସମାଧାନ । ଏନେଇ ଉତ୍ୟକ୍ତ ଅଞ୍ଚାଲବସି ପଂଚାୟତରେ ତାଲା ପକାଇଛନ୍ତି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଂଚାୟତରେ ପଡିଛି ତାଲା । ଅନେକ ମହିଳା-ପୁରୁଷ ଏକତ୍ରିତ ହୋଇ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କୁ ତାଲା ପକାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ସରପଞ୍ଚଙ୍କ ଠାରେ ଆଜକୁ ୬ ମାସ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିଲା ନାହିଁ । ତେବେ ଏ ନେଇ ଆଜି ମନମୁଣ୍ଡା ପଞ୍ଚାୟତର ବହୁ ପୁରୁଷ ମହିଳା ଏକତ୍ରିତ ହୋଇ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଥିବା ବେଳେ ସରପଞ୍ଚ ଏବଂ ପଞ୍ଚାୟତର କିଛି କର୍ମଚାରୀଙ୍କୁ ଭିତରେ ବନ୍ଦ୍ କରି ବାହାରୁ ତାଲା ପକାଇଥିଲେ ।

ଘଟଣା ସ୍ଥଳରେ ମନମୁଣ୍ଡା ଥାନାା ଅଧିକାରୀ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ୭ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ମହିଳା ମାନେ ତାଲା ଖୋଲିଥିଲେ । ତେବେ ୭ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି

Related Posts