ଅସଦୁଦ୍ଦିନ ଓୱେସି ଟ୍ରେନରେ ଯିବା ସମୟରେ କୌଣସି ଆକ୍ରମଣ ହୋଇନାହିଁ: ରେଳ ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟ୍ରେନରେ ଯିବାବେଳେ ଅସଦୁଦ୍ଦିନ ଓୱେସିଙ୍କ ଉପରକୁ ପଥରମାଡ ହୋଇନାହିଁ | ଏନେଇ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗୁଜୁରାଟ ରେଳବାଇର ଜନସମ୍ପର୍କ ଅଧିକାରୀ ଏନେଇ ସ୍ପଷ୍ଟ କରିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନରେ ଓୱେସି ଯିବାବେଳେ କେହି ପଥର ଫିଙ୍ଗିନଥିଲେ | ତେବେ ପଥର ଫିଙ୍ଗା ଘଟଣା ସତ ନୁହେଁ, ରେଳଧାରଣାରୁ ପଥର ଖଣ୍ଡ ଛିଟିକି ବାଜିଯାଇଥାଇପାରେ ସେ ବୋଲି କହିଛନ୍ତି |

ବାସ୍ତବରେ ଏଆଇଏମ୍ଆଇଏମ୍ ନେତା ୱାରିସ୍ ପଠାନ୍ କିଛି ଫୋଟୋ ସେୟାର ଜାରି ଦାବି କରିଥିଲେ ଯେ ଅସଦୁଦ୍ଦିନ ଓୱେସି ଅହମ୍ମଦାବାଦରୁ ସୁରଟକୁ ବନ୍ଦେ ଭାରତ ଟ୍ରେନ୍ ଯୋଗେ ଯାଉଥିଲେ । ଏହି ଟ୍ରେନ୍ ସୁରଟ ପହଂଚିବାର ପ୍ରାୟ ୨୦-୨୫ କିଲୋମିଟର ପୂର୍ବରୁ ଟ୍ରେନ ଉପରକୁ କେହି ଦୁର୍ବୃତ୍ତ ପଥର ଯୋଗେ ଆକ୍ରମଣ କରିଥିଲେ।

ବିଧାନସଭା ନିର୍ବାଚନ ପାଇଁ ଓୱେସି ଗୁଜୁରାଟ ଗସ୍ତରେ ଥିଲେ। ଏହି ସମୟରେ ଏଆଇଏମ୍ଆଇଏମ୍ ମୁଖପାତ୍ର ୱାରିସ୍ ପଠାନ୍ ଦାବି କରିଥିଲେ ଯେ ଆସାଦୁଦ୍ଦିନ ଓୱେସି ଯେଉଁ ଟ୍ରେନରେ ଯାଉଥିଲେ ସେହି ଟ୍ରେନ୍ ଉପରେ ଆକ୍ରମଣ କରାଯାଇଥିଲା। ପଠାନ ଦାବି କରିଥିଲେ ଯେ ଓୱେସି ଯାତ୍ରା କରୁଥିବା ବର୍ଥର ଝରକା ପଥର ଫିଙ୍ଗିବା ଦ୍ୱାରା ଭାଙ୍ଗି ଯାଇଥିଲା । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମୋଦୀ ଜୀ, ତୁମେ ପଥର ବର୍ଷା କିମ୍ବା ନିଆଁ ବର୍ଷା କରିପାର, କିନ୍ତୁ ଅଧିକାରର ସ୍ୱର ବନ୍ଦ ହେବନାହିଁ | ତେବେ ଗୁଜୁରାଟ ରେଳବାଇ ଜନସମ୍ପର୍କ ଅଧିକାରୀ ମଧ୍ୟ ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ଏହି ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି |

ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଯେ ପଥର ଫିଙ୍ଗିବା ଭଳି କୌଣସି ଘଟଣା ଘଟିନାହିଁ। ତେବେ ରେଳଧାରଣା ରକ୍ଷଣାବେକ୍ଷଣ ସମୟରେ କୌଣସି ପଥର ଛିଟିକି କାଚରେ ବାଜିଯାଇଥାଇପାରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଓୱେସିଙ୍କ ଦଳ ଗୁଜୁରାଟର ୧୮୨ଟି ବିଧାନସଭା ଆସନ ମଧ୍ୟରୁ ୪୦ ରୁ ୪୫ଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଦଳ ଅହମ୍ମଦାବାଦରେ ତିନୋଟି ଏବଂ ସୁରଟରେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଦେଇଛି। ଏହି ନିର୍ବାଚନକୁ ଆଖି ଆଗରେ ରଖି ଓୱେସି ବାରମ୍ବାର ଗୁଜୁରାଟ ଗସ୍ତ କରୁଛନ୍ତି।

Related Posts