ନୂଆଦିଲ୍ଲୀ : ପାତ୍ରା ଚୌଲ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏବେ ଜେଲ୍ ରୁ ମୁକୁଲିଛନ୍ତି ଶିବସେନା ନେତା ସଞ୍ଚୟ ରାଉତ । ଦୀର୍ଘ ତିନି ମାସ ଜେଲ ରେ ରହିବା ପରେ ତାଙ୍କୁ ଜାମିନ ମିଳିଛି। ଜେଲ୍ରୁ ମୁକୁଳିବାର ଗୋଟିଏ ଦିନ ପରେ ସେ ଗଣମାଧ୍ୟମରେ ନିଜ ମତ ରଖିଛନ୍ତି। ସେ ନ୍ୟାୟପାଳିକା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି କହିଛନ୍ତି, ମୁଁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମଧ୍ୟ ଭେଟିବି ଏବଂ ମୋ ସହିତ ଘଟିଥିବା ଘଟଣା ଏବଂ ଏଠାରେ ପରିସ୍ଥିତି ବିଷୟରେ କହିବି।
ଏହାସହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ମଧ୍ୟ ଭେଟିବି।
ଯେଉଁମାନେ ମୋ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି ସେମାନଙ୍କ ବିରୋରେ କାର୍ଯ୍ୟନୁଷ୍ଠାନ ନିଆଯାଉ। ଯଦିଓ ମୋର କାହା ବିରୋଧରେ କୌଣସି ଅଭିଯୋଗ ନାହିଁ। ମୁଁ ମଧ୍ୟ ପୁରା ସିଷ୍ଟମ କିମ୍ବା କୌଣସି କେନ୍ଦ୍ରୀୟ ଏଜେନ୍ସିକୁ ଦାୟୀ କରିବି ନାହିଁ। ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ କରାଯାଇଛି। ସରକାର କିଛି ଭଲ ନିଷ୍ପତ୍ତି ନେଇଛନ୍ତି, ମୁଁ ତାହାକୁ କରିବି। ମୁଁ ଆଜି ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କୁ ଭେଟିବି।
ସୂଚନାଯୋଗ୍ୟ, ଅର୍ଥ ହେରଫେର ମାମଲାରେ ପିଏମଏଲଏ କୋର୍ଟ ବୁଧବାର ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ ଜାମିନ ପ୍ରଦାନ କରିଥିଲେ
