‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ସମୂର୍ଣ୍ଣ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫିଲ୍ମ ଦମନକୁ ଓଡିଆ ଫିଲ୍ମ ଜଗତ ପାଇଁ ସଂଜୀବନୀ ବୋଲି କୁହାଯାଉଛି। ଓଲିଉଡ ପ୍ରତି ମୁହଁ ଫେରାଇ ନେଉଥିବା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି ବାବୁସାନ ମହାନ୍ତିଙ୍କ ଅଭିନୀତି ଫିଲ୍ମ ଦମନ। ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ଏହି ଫିଲ୍ମ କୁ ଆଉ ଏକ ସଫଳତା ମିଳିଛି। ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ସମୂର୍ଣ୍ଣ କରମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି।ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

ଫିଲ୍ମ ‘ଦମନ’ ବର୍ତ୍ତମାନ କେବଳ ଓଲିଉଡ କିମ୍ବା ଓଡିଶାରେ ସୀମିତ ରହିନାହିଁ। ଦେଶରେ ଏକ ଚର୍ଚ୍ଚିତ ଫିଲ୍ମରେ ପରିଣତ ହୋଇ ସାରିଛି। ସାରା ଓଡିଶାରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କାହିଁ କେତେ କ୍ରେଜ୍ ଦେଖିବାକୁ ମିଳିଛି। ବଲିଉଡର ଅନେକ ଫିଲ୍ମ କ୍ରିଟିକ୍ ଫିଲ୍ମକୁ ନେଇ ରିଭ୍ୟୁ ମଧ୍ୟ କରିଛନ୍ତି। ଫିଲ୍ମକୁ ଫିଲ୍ମରେ ରିଲିଜ୍ କରିବାକୁ ଦାବି ଉଠିଲାଣି। ଆଉ ଖୁବ୍ ଶୀଘ୍ର ଫିଲ୍ମଟି ହିନ୍ଦୀ ଭାଷାରେ ଦେଶର ୫୦୦ଟି ହଲ୍‌ରେ ରିଲିଜ୍ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।

Related Posts