ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଛାତ୍ର ବିଜେଡିରୁ ବହିଷ୍କୃତ ହେଲେ ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀ ଅସଦାଚରଣ ଘଟଣାକୁ ନେଇ ଏବେ ଅଭିଯୁକ୍ତଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବାରେ ଲାଗିଛି । ପ୍ରଥମେ ପୋଲିସ ଗିରଫ ପରେ କଲେଜ୍ ପକ୍ଷରୁ ତାଙ୍କୁ କଲେଜ୍ ରୁ ନିଲମ୍ବିତ କରାଯିବା ପରେ ଏବେ ବିଜେଡ଼ି ଛାତ୍ର ଜନତା ଦଳ ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଛି ।

ସୂଚନାଯୋଗ୍ୟ, ଛାତ୍ର ବିଜୁ ଛାତ୍ର ଜନତା ଦଳ ତରଫରୁ ବିନାୟକ ଆଚାର୍ଯ୍ୟ କଲେଜର କ୍ୟାମ୍ପସର କମିଟିର ସଂଯୋଜକ ଥିଲେ ଅଭିଷେକ।କଲେଜର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ ନାୟକ ।

ଏହି କଥା ପଦାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଦଳକୁ ବିଭିନ୍ନ ବର୍ଗରୁ ତୀବ୍ର ସମାଲୋଚନା କରାଯାଇଥିଲା। ସବୁଆଡ଼ୁ ନିନ୍ଦିତା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

ଏନେଇ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଏଥିରେ ବୁଧବାର(୧୬ ତାରିଖ) ଲେଖା ହୋଇଛି। ମଙ୍ଗଳବାର ଛାତ୍ରୀଙ୍କୁ ଅସଦାଚରଣ ନେଇ ଘଟଣା ସାମ୍ନାକୁ ଆସିଥିଲା।

ସମାଲୋଚନାର ବର୍ତ୍ତିବା ପାଇଁ ନିଲମ୍ବନ ଆଦେଶରେ ପିଛିଲା ତାରିଖ ଲେଖା ଯାଇଥିବା ନେଇ ଆଲୋଚନା ହେଉଛି। ଅନ୍ୟପଟେ ବ୍ରହ୍ମପୁର ମହାନଗର ଛାତ୍ର ଜନତା ଦଳ ତରଫରୁ କଲେଜର ଅଧ୍ୟକ୍ଷ ଏବଂ ବ୍ରହ୍ମପୁର ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସଭାପତି ସୋଭନ ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Related Posts