ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଟ୍ବିଟରର ମାଲିକାନା ଏଲନ୍ ମସ୍କଙ୍କ ହାତକୁ ଯିବା ଦିନଠାରୁ ସେ ଅନେକ ଗୁଡିଏ ପରିବର୍ତ୍ତନ କରିଛନ୍ତି। ସେ ନିକଟରେ ଟ୍ବିଟର ବ୍ଳୁ ସବସ୍କ୍ରିପସନ୍ ଫିଚର ଜାରି କରିଛନ୍ତି। ଏହାଛଡା ଟିକ୍କୁ ମଧ୍ୟ ତିନୋଟି କଲରରେ ଦିଆଯାଉଛି। ପ୍ରଥମେ କେବଳ ବ୍ଲୁ ଟିକ୍ ହିଁ ଦିଆଯାଉଥିଲା। ଏହି ପରିବର୍ତ୍ତନର ପ୍ରବା ଆଜିଠାରୁ ଦେଖିବାକୁ ମିଳିବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଫାଇଲରୁ ବ୍ଲୁ ଟିକ୍ ହଟି ଯାଇଛି।
ତେବେ ଏହାର ଅର୍ଥ ନୁହେଁ ଯେ, ତାଙ୍କର ଆକାଉଣ୍ଟ ଭେରିଫାଏଡ୍ ନୁହେଁ। ତାଙ୍କ ନାଁର ଆଗକୁ ଏବେ ଗ୍ରେ କଲର ଟିକ୍ ଦେଖିବାକୁ ମିଳିଛି। ଆକାଉଣ୍ଟ ହାଣ୍ଡେଲ ତଳକୁ India government officialର ମଧ୍ୟ ଟ୍ୟାଗ୍ ଗ୍ରେ କଲରରେ ଦେଖିବାକୁ ମିଳିଛି। ଏହି ପରିବର୍ତ୍ତନ ନୂଆ ଭେରିଫିକେସନ୍ ସିଷ୍ଟମ ଅନୁସାରେ କରାଯାଉଛି।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ନୀତୀନ ଗଡକରୀ, ପୀୟୁଷ ଗୋୟଲଙ୍କ ଆକାଉଣ୍ଟ ଆଗରୁ ମଧ୍ୟ ବ୍ଲୁ ଟିକ୍ ହଟି ଯାଇଛି। ଏବେ ତାଙ୍କ ନାଁ ଆଗରେ ଆପଣଙ୍କୁ ଗ୍ରେ କଲର ଟିକ୍ ଦେଖିବାକୁ ମିଳିବ। କମ୍ପାନୀ ପୂର୍ବରୁ ହିଁ ସ୍ପଷ୍ଟ କରିଦେଇଛି ଯେ, ଗ୍ରେ ଟିକ୍ କେବଳ ସରକାର ସମ୍ପର୍କିତ ଲୋକଙ୍କୁ ହିଁ ଦିଆଯିବ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗ୍ରେ ଟିକ୍ ଦିଆଯାଇ ନାହିଁ। ଏହା ମଧ୍ୟ ସ୍ପଷ୍ଟ ହୋଇନି ଯେ, ଭାରତରେ ବିରୋଧୀ ଦଳ ନେତାଙ୍କ ଟ୍ବିଟର ଆକାଉଣ୍ଟରେ ଗ୍ରେ ଟିକ୍ ରହିବ କି ନାହିଁ। କମ୍ପାନୀର ନିଜର ପଲିସିକୁ ଗତ ସପ୍ତାହ ବଦଳାଇ ଦେଇଥିଲା। ଏହାଦ୍ବାରା ବିଜନେସ୍ ଆକାଉଣ୍ଟକୁ ଗୋଲ୍ଡ ଟିକ୍ ଦିଆଯିବ। ଯଦି ସରକାରଙ୍କ ଆକାଉଣ୍ଟକୁ ଗ୍ରେ ଓ ସାଧାରଣ ୟୁଜର୍ସଙ୍କୁ ବ୍ଲୁ ଟିକ୍ ସବସ୍କ୍ରିପସନ୍ ନେବା ଉପରେ ଦିଆଯିବ। ଏହି ଫିଚରକୁ କମ୍ପାନୀ ଧିରେ ଧିରେ ରୋଲଆଉଟ୍ କରୁଛି। ଅର୍ଥାତ ଆଗାମୀ ଦିନରେ ଅନ୍ୟ ଆକାଉଣ୍ଟରେ ଗ୍ରେ ଟିକ୍ ଦେଖିବାକୁ ମିଳିବ।
