ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): କ୍ରମାଗତ ୨ଟି ରଣଜୀ ମ୍ୟାଚରେ ଓଡିଶା କ୍ରିକେଟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଚୟନ କମିଟି ଦଳରେ କେତେକ ପରିବର୍ତନ କରିଛନ୍ତି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ ପାଇଁ ଏହି ପରିବର୍ତନ କରାଯାଇଛି । ପୂର୍ବ ଘୋଷିତ ୧୭ଜଣିଆ ଦଳରୁ ଅଭିଜ୍ଞ ବିପ୍ଲବ ସାମନ୍ତରାୟ ବାଦ ପଡଥିବା ବେଳେ ଅଂଶୁମାନ ରଥ ଓ ଗୋବିନ୍ଦ ପୋଦ୍ଦାର ଦଳରେ ସାମିଲ ହୋଇଛନ୍ତି ।
ତେବେ ଚଳିତ ରଣଜୀ ସିଜିନରେ ବରୋଦା ବିପକ୍ଷ ପ୍ରଥମ ମ୍ୟାଚରେ ଓଡିଶା ଡ୍ର ରଖିଥିଲେ ମଧ୍ୟ ପ୍ରଥମ ଇନିଂସରେ ରନ ସଂଗ୍ରହରେ ପଛୁଆ ରହିଥିଲା । ଏହା ପରେ ଉତ୍ତରାଖଣ୍ଡ ବିପକ୍ଷରେ ଦଳ ଇନିଂସ ପରାଜୟବରଣ କରିଛି । ଓଡିଶା ଚୟନ କମିଟି ସିକେ ନାୟୁଡୁ ଟ୍ରଫି ପାଇଁ ମଧ୍ୟ ଏହି ଅବସରରେ ଦଳ ଚୟନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଚଳିତ ରଣଜୀ ସିଜିନରେ ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ୍ ଡିସେମ୍ବର ୨୭ ଓ ଜାନୁୟାରୀ ୩ରେ ଯଥାକ୍ରମେ ହରିୟାଣା ଓ ନାଗାଲାଣ୍ଡ ବିପକ୍ଷରେ ଖେଳିବ ।
ଓଡିଶା ରଣଜୀ ଟିମ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଶୁଭମ ନାୟକ, ଅନୁରାଗ ଷଡଙ୍ଗୀ, ଜୟନ୍ତ ବେହେରା, ଅଂଶୁମାନ ରଥ, ସୂର୍ଯ୍ୟକାନ୍ତ ପ୍ରଧାନ, ଶାନ୍ତନୁ ମିଶ୍ର, ତାରିଣୀ ଶ, କାର୍ତିକ ବିଶ୍ୱାଳ, ପ୍ରୟାସ କୁମାର ସିଂ, ଗୋବିନ୍ଦ ପୋଦ୍ଦାର, ସୁନୀଲ କୁମାର ରାଉଳ, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ, ରାଜେଶ ଧୂପର, ସ୍ୱସ୍ତିକ ସାମଲ, ସୁଜିତ ଲେଙ୍କା ।
ସିକେ ନାୟୁଡ ଟ୍ରଫି ପାଇଁ ଓଡିଶା ଟିମ: ଗୌରବ ଚୌଧୁରୀ, କ୍ରିଷ୍ଣା ପଲେଇ, ରଘୁନାଥ ମଲ୍ଲ, ବିଶ୍ୱଜିତ ମଲ୍ଲିକ, ଓମ ଟି ମୁଣ୍ଡେ, ଆଶୀଷ ରାୟ, ସନ୍ଦୀପ ପଟ୍ଟନାୟକ (ଅଧିନାୟକ), ଆର୍ଯ୍ୟକାନ୍ତ ସାହୁ, ଶୁଭଙ୍କର ବିଶ୍ୱାଳ, ଆଶୁତୋଷ ଛୁରିଆ, ଅନୀଲ ପରିଡା, କିଷନ ଏମମହାନ୍ତି, ସୌଭାଗ୍ୟ ରାଉତ, ଦେବବ୍ରତ ପ୍ରଧାନ, ସାୱନ ଫାହରିୟା ଓ ବିକ୍ରମ ସାମଲ ।
