ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ: ମହିଳାଙ୍କ ଉପରେ ବିଜେପିର ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ଆଜି ନିର୍ବାଚନୀ ପ୍ରଚାର ଶେଷ ହେଉଥିବା ବେଳେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ପ୍ରଚାର ସମୟରେ ମହିଳାଙ୍କ ଉପରେ ବିଜେପି ଆକ୍ରମଣ କରୁଥିବା ଅଭିଯୋଗ କଲା ବିଜେଡି ।

ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଓ ରାଜନୈତିକ ଆକ୍ରମଣ କରୁଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳିଗୁଲଜ କରୁଥିବା ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଛି ।

ମହିଳାଙ୍କ ମହନୀୟତାକୁ କ୍ଷୁର୍ଣ୍ଣ କରୁଛି ବିଜେପି । ବହୁ ବ୍ୟବଧାନରେ ହାରିବା ଭୟରେ ବିଜେପି ଏପରି କରୁଥିବା ଅଭିଯୋଗ କରିଛି ବିଜେଡି । ବିଜେପିର ଗୁଣ୍ଡାଗର୍ଦ୍ଦି ଦିନକୁ ଦିନ ବଢ଼ିବାରେ ଲାଗିଛି । ମହିଳା ଏସଏଜିଙ୍କ ବିରୋଧରେ ଫେକ ଭିଡ଼ିଓ କରିଥିଲା ବିଜେପି । ଏହା ଦ୍ବାରା ଧାମନଗରର ନାରୀ ଶକ୍ତି ଓ ମହିଳା ଏସଏଚଏଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି ।

ବରିଷ୍ଠ ମନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲା ବିଜେପି । ଜଣେ ମହିଳା ମମତା ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ମିଠା ଦୋକାନ ଭଙ୍ଗାରୁଜା କରିଥିଲେ । ବିଜେପିର ଜଣେ କ୍ୟାଡ଼ର ଏହି କାର୍ଯ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର କର୍ମୀ ଏହି କାର୍ଯ୍ୟ କରିଛନ୍ତି । ବିଜେପିର ଏହି ମହିଳା ବିରୋଧୀ ଆଚରଣକୁ ବିଜେଡି ନିନ୍ଦା କରିଛି । ବିଜେଡି ନେତାମାନେ କହିଛନ୍ତି ଯେ ନିର୍ବାଚନର ହାର ବିଜେପିକୁ ଘାରିଛି । ହାରିବା ଭୟରେ ଗୋଟେ ପଟେ ମିଛ ଅଭିଯୋଗ କରିଛନ୍ତି । ଯେଉଁ ଅଡ଼ିଓ କଥା କହୁଥିଲେ, ତାହା କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ନିଜ ଦଳର ଜଣେ ମୁଖା ପିନ୍ଧା ମହିଳାଙ୍କୁ ଆଣି ବିଜେପି ଡ୍ରାମା କରିଛି । ହାର ଭୟରେ ବିଜେପି ଗୁଣ୍ଡାଗର୍ଦ୍ଦି କରିଛି ।

Related Posts