ବେଙ୍ଗାଲୁରୁ : ବିଧାୟକଙ୍କୁ ନିସ୍ତୁକ ମାଡ । କର୍ଣ୍ଣାଟକରେ ହାତୀ ଆକ୍ରମଣରେ ମୃତ୍ୟୁ ‌ହୋଇଥିବା ଜଣେ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପାଇଁ ଯିବା ବାଟରେ ଏହି ଘଟଣା ଘଟିଛି । କର୍ଣ୍ଣାଟକର ଜଣେ ବିଜେପି ବିଧାୟକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି।

ମୁଡ଼ିଗେରେ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିବା କୁମାରସ୍ବାମୀ ଏମ୍‌ପିଙ୍କୁ ଚିକ୍କମଗାଲୁରୁ ଜିଲ୍ଲାର କୁଣ୍ଢୁର ଇଷ୍ଟେଟ୍‌ ନିକଟରେ ଗ୍ରାମବାସୀ ମିଶି ଘେରି ଯାଇଥିଲେ ଏବଂ ତାଙ୍କୁ ନିସ୍ତୁକ ପିଟିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ଗାଁରେ ଲଗାତାର ଭାବେ ହାତୀ ଆକ୍ରମଣ କରୁଥିବାବେଳେ ଏଦିଗରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ହେଉନାହିଁ।

ଅନ୍ୟପକ୍ଷେ ବିଧାୟକ କହିଛନ୍ତି, ଏହା ତାଙ୍କ ଉପରେ ଏକ ସଙ୍ଗଠିତ ଆକ୍ରମଣ ହୋଇଛି ଏବଂ ପୁଲିସ ମଧ୍ୟ ତାଙ୍କୁ ସାହାଯ୍ୟ କରିନି। ମାଡ଼ ଖାଇଥିବା ବିଧାୟକଙ୍କ ସାର୍ଟ ଚିରି ଯାଇଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି। ବିଧାୟକ କହିଛନ୍ତି, ତାଙ୍କ ଉପ‌ରେ ଯେଉଁ ଆକ୍ରମଣ ହୋଇଛି ତାହା ପୂର୍ବ ପ୍ରାୟୋଜିତ ।