ବିଜେପି ନେତାଙ୍କ ଧମକ ପରେ ରାତାରାତି ବଦଳିଗଲା ବସ୍‌ଷ୍ଟାଣ୍ଡର ରୂପ

ବେଙ୍ଗାଲୁରୁ: ପ୍ରଥମେ ଧମକ ପରେ ରାତାରାତି ବଦଳିଗଲା ବସ୍‌ଷ୍ଟାଣ୍ଡର ରୂପ । ବିଜେପି ସାଂସଦ ପ୍ରତାପ ସିହ୍ନା ଧମକ ଦେବା ପରେ କର୍ଣ୍ଣାଟକର ମହୀଶୂର ଅନ୍ତର୍ଗତ ଗୋଟାଏ ବସ୍ ଷ୍ଟପ୍ ଉପରେ ନିର୍ମିତ ବିବାଦୀୟ ଗମ୍ବୁଜ ଶନିବାର ରାତିରେ ଉଭେଇ ଯାଇଛି।

ପ୍ରକୃତରେ ଜାତୀୟ ରାଜପଥ-୭୬୬ କେରଳ ସୀମା କୋଲ୍ଲେଗଲା ଖଣ୍ଡରେ ତିଆରି ବସ୍‌ଷ୍ଟାଣ୍ଡର ଉପରେ ତିନୋଟି ଗମ୍ଭୁଜ ନିର୍ମିତ ହୋଇଥିଲା। ଏହାକୁ ଲାଲ ରଙ୍ଗରେ ରଙ୍ଗୀନ କରାଯାଇଥିଲା। ଯାହା ଦେଖିବାକୁ ଏକ ମସଜିଦ ଭଳି ଦେଖାଯାଉଥିଲା। ଏହାଦେଖି ବିଜେପି ସାଂସଦ ପ୍ରତାପ ସିହ୍ନା ରାଗିଯାଇଥିଲେ। ତୁରନ୍ତୁ ଏହାକୁ ହଟାଇବାକୁ ସେ ଧମକ ଦେଇଥିଲେ। ଏହାକୁ ଭଙ୍ଗା ନଗଲେ ସେ ନିଜେ ଭାଙ୍ଗି ଦେବାକୁ କହିଥିଲେ। ପରେ ‘ନ୍ୟାସ୍‌ନାଲ୍ ହାଇୱେଜ୍ ଅଥରିଟି ଅଫ୍ ଇଣ୍ଡିଆ’ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ କୈଫିୟତ ମାଗିଥିଲେ।

ଏହି ଧମକ ପରେ ବସ୍‌ଷ୍ଟାଣ୍ଡର ରୂପ ବଦଳି ଯାଇଛି। ବସ୍‌ଷ୍ଟାଣ୍ଡ ଉପରେ ନିର୍ମିତ ହୋଇଥିବା ଗମ୍ବୁଜକୁ ହଟାଇ ଦିଆଯାଇଥିବା ସାମ୍ନାକୁ ଆସିବା ଏକ ଭିଡିଓରେ ଦେଖିବାକୁ ମିଳିଛି।

ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ରାମଦାସ ନାମରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ବସ୍ ଷ୍ଟାଣ୍ଡ ବିବାଦୀୟ ହେବା ଅନୁଚିତ। ମହୀଶୂର ପ୍ରାସାଦ ଢାଞ୍ଚାରେ ମୁଁ ସମଗ୍ର ମହୀଶୂରରେ ୧୨ଟି ବସ୍ ଷ୍ଟପ୍ ନିର୍ମାଣ କରାଇଥିଲି। କିନ୍ତୁ, ଏହାକୁ ସାମ୍ପ୍ରଦାୟିକ ବୋଲି ଅଭିହିତ କରାଯିବାରୁ ମୁଁ ମର୍ମାହତ।

ବରିଷ୍ଠମାନଙ୍କ ପରାମର୍ଶକ୍ରମେ ମୁଖ୍ୟ ଗମ୍ବୁଜର ଦୁଇପାଶ୍ୱର୍ରେ ଥିବା ଛୋଟ ଗମ୍ବୁଜ ଦୁଇଟିକୁ ମୁଁ ଭଙ୍ଗାଇ ଦେଇଛି। କିନ୍ତୁ ମୁଖ୍ୟ ବା ବଡ଼ ଗମ୍ବୁଜଟି ସେମିତି ରହିଛି। ଜନସାଧାରଣ ଏହାକୁ ଭୁଲ୍ ବୁଝିବେ ନାହିଁ। ଉନ୍ନୟନ ପ୍ରତି ଧ୍ୟାନ ଦିଆଯାଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ସେ କହିଛନ୍ତି

Related Posts