କର୍ଣ୍ଣାଟକ କାଲାବୁରାଗିରେ ଜଣେ ବିଜେପି ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ: ଜଣେ ବିଜେପି ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା । କର୍ଣ୍ଣାଟକ କାଲାବୁରାଗି ଜିଲ୍ଲାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ବିଜେପି ନେତା 64 ବର୍ଷୀୟ ମଲିକାର୍ଜୁନ ମୁତ୍ୟାଲା । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି । ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ଉତ୍ତେଜନା ମଧ୍ୟ ବଢିବାରେ ଲାଗିଛି ।

ମଲିକାର୍ଜୁନ ସ୍ଥାନୀୟ କବାବାଲିଗା ସମ୍ପ୍ରଦାୟ ସମାଜର ତାଲୁକ ୟୁନିଟର ନେତା ଥିଲେ । ତାଙ୍କର ଏକ ଦୋକାନ ଥିବାରୁ ସେ ପ୍ରତିଦିନ ରାତିରେ ଦୋକାନରେ ଶୋଉଥିଲେ । ସୋମବାର ରାତିରେ ସେ ଦୋକାନରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ତାଙ୍କ ଗୁପ୍ତାଙ୍ଗକୁ ମଧ୍ୟ କାଟି ଦେଇଥିଲା । ପରେ ଶରୀରରେ ଏକାଧିକ ସ୍ଥାନକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବଭତ୍ସ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ । ଏଥିରେ ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତ ସାମିଲ ଥିବା ସନ୍ଦେହ କରାଯାଉଛି ।ହତ୍ୟାର ଶିକାର ହୋଇଥିବା ମଲ୍ଲିକାର୍ଜୁନ ପୂର୍ବରୁ ଜେଡିଏସ (JDS)ରେ କାର୍ଯ୍ୟରତ ଥବା ବେଳେ ନିକଟରେ ବିଜେପିରେ ଯୋଗ ଦେଇଥିଲେ । ସେ ଗତକାଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ । ତେବେ ରାତିରେ ଦୋକାନରେ ଶୋଇଥିବା ବେଳେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣା ପରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ଗିରଫଦାରୀ ପାଇଁ ଦାବି ମଧ୍ୟ ଜୋର ଧରିବାରେ ଲାଗିଛି

Related Posts