ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଚାଷୀ ଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳୁ ଗ୍ରାମର ବିଭୁତି ନାୟକ। କୁଆଳୁ ଗ୍ରାମର ବିଭୁତି ଗାଁର ଦୁଲୁକପଶି ଅଞ୍ଚଳ ଚାଷ ଜମିକୁ ଚାଷ କରିବା ପାଇଁ ଯାଇଥିଲେ। ତେବେ ମଧ୍ୟାହ୍ନରେ ପ୍ରବଳ ଘଡ଼ ଘଡ଼ି ବର୍ଷା ସହ ବଜ୍ରପାତ ହୋଇଥିଲା।ସେ କାମ କରୁଥିବା ଅବସ୍ଥାରେ ବଜ୍ରପାତର ଶିକାର ହୋଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ବିଲରେ ପଡିରହିଥିଲେ। ପାଖ ଜମିରେ ଚାଷ କରୁଥିବା ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ସଙ୍ଗେ ସଙ୍ଗେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।