ପ୍ରତିବର୍ଷ ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ବିରୋଧୀ ଦିବସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରତିବର୍ଷ ମେ’ ୨୧ରେ ପାଳିତ ହେବ ଆତଙ୍କବାଦ ବିରୋଧୀ ଦିବସ । ଏହାକୁ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟଙ୍କୁ ପତ୍ର ଲେଖିଥିବା ବେଳେ ପ୍ରତିବର୍ଷ ମେ ୨୧ ତାରିଖକୁ ଆତଙ୍କବାଦ ବିରୋଧୀ ଦିବସ ପାଳନ କରିବାକୁ କହିଛନ୍ତି। ଏହି ଦିନ ସବୁ ସରକାରୀ କାର‌୍ୟ୍ୟାଳୟରେ କର୍ମଚାରୀଙ୍କୁ ଆତଙ୍କବାଦ ବିରୋଧରେ ଶପଥ କରାଇବାକୁ କହିଛନ୍ତି। ଏ ସମ୍ପର୍କିତ ପତ୍ର ସବୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସବୁ ମନ୍ତ୍ରାଳୟ ଓ ବିଭାଗ ସଚିବଙ୍କୁ ପଠାଇ ଦିଆଯାଇଛି। ଆତଙ୍କବାଦ ବିରୋଧୀ ଦିବସ ଅବସରରେ ସବୁ ସରକାରୀ କାର‌୍ୟ୍ୟାଳୟରେ କର୍ମଚାରୀଙ୍କୁ ଆତଙ୍କବାଦ ବିରୋଧରେ ଶପଥ ପାଠ କରାଯିବ।

ଏହା ଛଡା ସୋସିଆଲ ସାଇଟ୍‌ରେ ମଧ୍ୟ ଆତଙ୍କବାଦ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରସାର କରାଯିବ। ଚଳିତବର୍ଷ ୨୧ ମେ ଶନିବାର ପଡୁଛି। ଏଣୁ ସରକାରୀ ଦପ୍ତର ସବୁ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ମେ ୨୦ ତାରିଖ ଦିନ ଦିବସକୁ ଅଗ୍ରୀମ ପାଳନ କରିବାକୁ କୁହାଯାଇଛି।କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ପତ୍ର ଅନୁସାରେ ଶପଥପାଠର ଏକ ଉଦ୍ଦେଶ୍ୟ ଦେଶର ଯୁବକଙ୍କୁ ଆତଙ୍କବାଦ ବିରୋଧରେ ସଚେତନ କରିବା। ପୁରା ଦିନଟି ଏ ସମ୍ପର୍କିତ କାର‌୍ୟ୍ୟକ୍ରମ ଅନୁଷ୍ଠାନ କରାଯିବା ସହ ଯୁବବର୍ଗଙ୍କୁ ଆତଙ୍କବାଦ ଓ ହିଂସାରୁ ଦୂରରେ ରହିବା ଲାଗି ସଚେତନ କରିବା ନିମନ୍ତେ ଉଦ୍ୟମ କରାଯିବ। ସେହିପରି ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବି ଲୋକଙ୍କୁ ସୂଚିତ କରାଯିବ।

Related Posts