ଜାମ୍ମୁ-କାଶ୍ମୀରର ଏକ ସ୍କୁଲରେ ଛାତ୍ରୀ ଜଣକ ତିଲକ ଲଗାଇ ଆସିବାରୁ ଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ; ଅଭିଯୋଗ ପରେ ହେଲେ ନିଲମ୍ବିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଶ୍ମୀର ପଣ୍ଡିତକୁ ନେଇ ଦେଶରେ ଚର୍ଚ୍ଚା ଥମିନଥିବାବେଳେ ଜାମ୍ମୁ-କାଶ୍ମୀରରୁ ସାମ୍ନାକୁ ଆସିଛି ଆଉ ଏକ ଅଭାବନୀୟ ଘଟଣା । ତେବେ ଏକ ସ୍କୁଲରେ ଛାତ୍ରୀ ଜଣକ ତିଲକ ଲଗାଇ ଆସିବାରୁ ଛାତ୍ରୀଙ୍କୁ ଶିକ୍ଷକ ନିସ୍ତୁକ ପିଟିଛନ୍ତି । ଏହା ପରେ ଜାମ୍ମୁ-କାଶ୍ମୀର ଏକ ହିନ୍ଦୁ ପରିବାର ସ୍କୁଲ ଶିକ୍ଷକଙ୍କ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି। ତାଙ୍କର ଦୁଇ ଝିଅ କପାଳରେ ତିଲକ ଲଗାଇ ସ୍କୁଲ୍ ଗଲେ ବୋଲି ଶିକ୍ଷକ ତାଙ୍କୁ ମାଡ଼ ମାରିଥିବା ହିନ୍ଦୁ ପରିବାର ଅଭିଯୋଗ କରିଛି। ଜାମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଛାତ୍ରୀଙ୍କୁ ମାଡ଼ ମାରିଥିବା ଶିକ୍ଷକ ହେଲେ ନିଶାର ଅହମଦ। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜୌରି ଜିଲ୍ଲା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ନିଶାଦଙ୍କୁ ନିଲମ୍ବନ କରାଯାଇଛି।

ନିଲମ୍ବନ ଅର୍ଡରରେ କୁହାଯାଇଛି ଯେ ମିଡିଲ ସ୍କୁଲ୍ ଖଦୁରିଆ ପଞ୍ଚାୟତ ଡ୍ରମ୍ମାନରେ ଛାତ୍ରୀଙ୍କୁ ମାଡ଼ ମାରିବା ଘଟଣା ସୋସିଆଲ୍ ମିଡିଆରେ ଖବର ମିଳିଥିଲା। ଛୋଟ ପିଲାକୁ ଆଘାତ ଦେବା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୩୨୩,୩୨୫,୩୫୨ ଏବଂ ୫୦୬ ଲଗାଯାଇପାରିବ। ତା ସହିତ ଜୁଭେନାଇଲ ଜଷ୍ଟିସ୍ର ଧାରା ୨୩(ପିଲାର ସୁରକ୍ଷା ଓ ଯତ୍ନ ନେବା) ଆକ୍ଟ ୨୦୦୦ ଅନୁସାରେ ଯିଏ ବି ପିଲାଙ୍କୁ ଆଘାତ ଦେବେ ତାଙ୍କୁ ୬ ମାସ ଜେଲ୍ ଦଣ୍ଜ ସହିତ ଜରିମାନର ବ୍ୟବସ୍ଥା ବି ରହିଛି। ତେବେ ବର୍ତ୍ତମାନ ସ୍ଥିତିରେ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ୟ୍ୟନ୍ତ ଶିକ୍ଷକ ନିସାର ଅହମଦଙ୍କୁ ନିଲମ୍ବିତ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts