ଭାରତରେ ପହଞ୍ଚିଲା XI ଭ୍ୟାରିଏଣ୍ଟ; ମୁମ୍ବାଇରେ ପ୍ରଥମ କେସ ଚିହ୍ନଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରେ ପହଞ୍ଚିଲା ଏକ୍ସଆଇ ଭ୍ୟାରିଏଣ୍ଟ । ସାରା ଦେଶରେ ତାଣ୍ଡବ ରଚିବା ପରେ ବର୍ତ୍ତମାନ ଭାରତରେ ପହଞ୍ଚିଛି ଏକ୍ସଆଇ ଭ୍ୟାରିଏଣ୍ଟ । ସେପଟେ ମୁମ୍ବାଇରୁ ଦେଶରେ ପ୍ରଥମ ଏକ୍ସଇ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। ଅନ୍ୟପଟେ ୩୭୬ ନମୁନାର ଜିନୋମ କ୍ରମରେ ଏହି ପ୍ରକାରଗୁଡିକ ମିଳିଲା । ମହାରାଷ୍ଟ୍ରର ୩୭୬ ଟି ନମୁନା ମଧ୍ୟରୁ ୨୩୦ ଟି ମୁମ୍ବାଇର ବାସିନ୍ଦା । ଜିନୋମ ସିକ୍ୱେନ୍ସିଂ ଲ୍ୟାବରେ ଏହା ଏକାଦଶ ବ୍ୟାଚ୍ ପରୀକ୍ଷଣ ହୋଇଥିଲା । ୨୩୦ ଟି ନମୁନା ମଧ୍ୟରୁ ୨୨୮ ଟି ଓମିକ୍ରନ୍ ପ୍ରକାରର ହୋଇଥିବାବେଳେ ଅବଶିଷ୍ଟ ଦୁଇଟି କପ୍ପା ଭାରିଆଣ୍ଟ ଏବଂ ଏକ୍ସଆଇ ଭାରିଆଣ୍ଟ ।

ରିପୋର୍ଟ ଅନୁଯାୟୀ, ଜୀବାଣୁଙ୍କର ନୂତନ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଅବସ୍ଥା ଗୁରୁତର ନଥିଲା। covid-୧୯ ର ନୂତନ ଏକ୍ସଆଇ ପ୍ରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ଅନୁଯାୟୀ, ଓମିକ୍ରନ୍ ର ବିଏଟୁସବ୍-ଭାରିଆଣ୍ଟ ଅପେକ୍ଷା ପ୍ରାୟ ୧୦ ପ୍ରତିଶତ ଅଧିକ ପ୍ରସାରଣଯୋଗ୍ୟ ମନେହୁଏ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts