ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ର ମୁଖ୍ୟମନ୍ତ୍ରୀ ଚେହେରା ଶିଖ୍ ହିଁ ହେବ : ଅରବିନ୍ଦ କେଜରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଆରମ୍ଭ କରିଛି। ଆପ୍ ସୁପ୍ରିମୋ ଆଜି ପଞ୍ଜାବ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଶିଖ ସମ୍ପ୍ରଦାୟର ହିଁ ହେବେ। ଅମୃତସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, “ ମୁଖ୍ୟମନ୍ତ୍ରୀ ଚେହେରା ଏମିତି ଜଣେ ହେବେ ଯାହାଙ୍କ ପାଇଁ ପୁରା ପଞ୍ଜାବ ଗର୍ବ ଅନୁଭବ କରିବ । ମୁଖ୍ୟମନ୍ତ୍ରୀ ପଦ ଉପରେ ଶିଖ ସମ୍ପ୍ରଦାୟର ଅଧିକାର ବୋଲି ସେ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ” ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିରେ ପଞ୍ଜାବର ପୂର୍ବତନ ଆଇଜି କୁଅଁର ବିଜୟ ପ୍ରତାପ ସିଂହ ସୋମବାର ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗଦେଇଛନ୍ତି। ସେ ଦଳରେ ଯୋଗଦେବା ପରେ କେଜରିୱାଲ କହିଛନ୍ତି “କୁଅଁର ବିଜୟ ପ୍ରତାପ ଜଣେ ରାଜନେତା ନୁହଁନ୍ତି ତାଙ୍କୁ ସାଧାରଣ ଜନତାଙ୍କ ପୋଲିସଓ୍ବାଲା ବୋଲି କୁହାଯାଏ। ଦେଶର ସେବା କରିବାକୁ ଆମେ ପ୍ରସ୍ତୁତ ଅଛୁ। ଏହି ଭାବନା ନେଇ ଆଜି କୁଅଁର ବିଜୟ ଦଳରେ ସାମିଲ ହୋଇଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ସେ ୨୦୧୫ ପୋଲିସ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ଏସଆଇଟିର ଅଂଶ ଥିଲେ। ବର୍ତ୍ତମାନ ଏହି ଏସଆଇଟିକୁ ଭାଙ୍ଗି ଦିଆଯାଇଛି। କେଜରିୱାଲ ଟ୍ବିଟ୍ କରି କହିଛନ୍ତି ଯେ “ପୁରା ପଞ୍ଜାବ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛି, କେବଳ ଆଶା ହେଉଛି ‘ଆପ୍’। କୁଅଁର ବିଜୟଙ୍କ ସମର୍ଥନ ପଞ୍ଜାବର ଲୋକଙ୍କ ଏହି ଆଶାକୁ ଆହୁରି ଦୃଢ କରିବ ବୋଲି କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି।

Related Posts