ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଜାମିନ, ୱାକଫ ବୋର୍ଡରେ ଅବୈଧ ନିଯୁକ୍ତି ନେଇ ଗିରଫ କରିଥିଲା ଏସିବି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଜାମିନ ମିଳିଛି। ତାଙ୍କୁ ଦିଲ୍ଲୀ ୱାକଫ ବୋର୍ଡରେ କଥିତ ଅବୈଧ ନିଯୁକ୍ତି ମାମଲାରେ ଆଣ୍ଟି କରଫସନ ବ୍ୟୁରୋ ( ଏସିବି ) ତରଫରୁ ସେପ୍ଟେମ୍ବର ୧୬ ତାରିଖରେ ଗିରଫ କରାଯାଇଥିଲା । ଏନେଇ ଏସିବି ପ୍ରଥମେ ଅମାନତୁଲ୍ଲାହଙ୍କ ଘର ସହ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ।ଅଧିକାରୀମାନେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ସହ ଦୁଇଟି ବେଆଇ ଅସ୍ତ୍ର ଜବତ କରିଥିଲା । ଅନ୍ୟପକ୍ଷରେ ଏସିବି ଏହା ମଧ୍ୟ ଅଭିଯୋଗ କରିଥିଲା ଯେ ଚଢାଉ ବେଳେ ବିଧାୟକଙ୍କ ସମର୍ଥକମାନେ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ ।

ଏସସିିବି ତରଫରୁ ଅଭିଯୋଗ ଅଣାଯାଇଥିଲା ଯେ, ଦିଲ୍ଲୀ ୱାକଫ ବୋର୍ଡରେ ଅମାନତୁଲ୍ଲା ଅଧ୍ୟକ୍ଷ ଥିବା ବେଳେ ବେଆଇନ ଭାବେ ୩୨ ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଏହାସହ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସଂମ୍ପତ୍ତିକୁ ବିଧାୟକ ବେଆଇନ ଭାବେ ଭଡାରେ ଲଗାଇଥିବା କଥା ମଧ୍ୟ ଅଭିଯୋଗ ହୋଇଥିଲା । ସେପଟେ ଏହି ମାମଲାରେ ଆଜି ଜାମିନ ପାଇବା ପରେ ସତ୍ୟର ବିଜୟ ହୋଇଛି ବୋଲି ଅମାନତୁଲ୍ଲା ଖାନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ଏସିବିରେ ଏହି ମାମଲା ରୁଜୁ ହୋଇଥିଲା । ଏନେଇ ଚଳିତ ବର୍ଷ ଅଗଷ୍ଟ ମାସରେ ଏସିବି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଅମାନତୁଲ୍ଲାଙ୍କୁ ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ ପଦରୁ ହଟାଇବାକୁ ପ୍ରସ୍ତାବ ଦେଇଥିଲା ।

Related Posts