ପାସେଞ୍ଜର ଟ୍ରେନ ଓ ମାଲ ଗାଡ଼ି ମଧ୍ୟରେ ଦୁର୍ଘଟଣା: ୩ ବଗି ଲାଇନଚ୍ୟୁତ, ୫୦ ଯାତ୍ରୀ ଆହତ

ମୁମ୍ବାଇ : ମହାରାଷ୍ଟ୍ରର ଗୋନ୍ଦିଆ ସହର ନିକଟରେ ଦୁର୍ଘଟଣା । ରାୟପୁରରୁ ନାଗପୁର ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନ ମାଲ ଗାଡ଼ି ସହିତ ଧକ୍କା ହୋଇଛି। ଫଳରେ ଏହି ଦୁର୍ଘଟଣାରେ ପାସେଞ୍ଜର ଟେନ୍‌ର ୩ ବଗି ରେଳ ଲାଇନଚ୍ୟୁତ ହୋଇଛି। ଭୋର୍‌ ବିଳମ୍ବିତ ରାତି ୨ଟା ୩୦ରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି। ଏଥିରେ ୫୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୩ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ପାସେଞ୍ଜର ଟ୍ରେନ ରାୟପୁରର ଭଗତ କି କୋଠିରୁ ନାଗପୁର ଅଭିମୁଖେ ଯାଉଥିଲେ। ମାଲ ଗାଡ଼ି ସହିତ ଏହା ମୁହାଁମୁହିଁ ଧକ୍କା ହୋଇଥିଲେ। ସିଗନାଲ ଦେଖା ନଯାଉଥିବାରୁ ଏଭଳି ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲା ଡାକ୍ତରଖାନା ଏବଂ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related Posts