କର୍ଣ୍ଣାଟକ ହସନ ଜିଲ୍ଲାରେ ଦୁର୍ଘଟଣା: ଟେମ୍ପୋ ଟ୍ରାଭେଲର ସହିତ କେଏମ୍‌ଏଫ୍ ମିଲ୍‌କ ଭ୍ୟାନର ମୁହାଁମୁହିଁ ଧକ୍କା, ୯ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକ ହସନ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର ସହିତ କେଏମ୍‌ଏଫ୍ ମିଲ୍‌କ ଭ୍ୟାନର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।

ପୁଲିସର ସୂଚନା ଅନୁସାରେ, ହସନ ଜିଲ୍ଲା ଅର୍ସିକେରା ତାଲୁକା ଗାନ୍ଧୀନଗର ନିକଟ ଜାତୀୟ ରାଜପଥ ୬୯ରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ସୁବ୍ରମଣନ୍ୟନ ହସନମ୍ବା ମନ୍ଦିର ଦର୍ଶନ ସାରି ଏକ ଅଟୋ ଟ୍ରାଭେଲରରେ ଘରକୁ ଫେରୁଥିଲେ। ଅଟୋର ସାମ୍ନା ପଟୁ ଆସୁଥିବା ଏକ ମିଲ୍‌କ ଭ୍ୟାନ୍‌ ଯାତ୍ରୀବାହୀ ଅଟୋକୁ ଗାନ୍ଧୀନଗର ଠାରେ ସାମ୍ନାପଟୁ ଧକ୍କା ଦେଇଥିଲା। ଅଟୋ ଟ୍ରାଭେଲରଟ ବସ୍ ଓ ଟ୍ରକ୍ ସହିତ ଧକ୍କା ହୋଇଥିବା ମଧ୍ୟ କୁହାଯାଉଛି।

ମୁହାଁମୁହିଁ ଧକ୍କା ହେବା ପରେ ଅଟୋ ଟ୍ରାଭେଲର ଗାଡ଼ିଟି ଏକଦମ ଚେପ୍ପା ହୋଇଯାଇଛି। ଘଟଣା ଘଟିବା ପରେ ଅଟୋରେ ବସିଥିବା ୧୪ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ମଧ୍ୟ ଅଛନ୍ତି। ଅନ୍ୟମାନେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲା ହସ୍‌ପିଟାଲ୍‌ରେ ସେମାନଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

Related Posts