ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲାରେ ଦୁର୍ଘଟଣା: ଟ୍ରାକ୍ଟରରୁ ଧକ୍କା ଦେଲା କାର, ୪ ମୃତ, ୧୮ ଗୁରୁତର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲାରେ ଦୁର୍ଘଟଣା । ଟ୍ରାକ୍ଟରରୁ ଧକ୍କା ଦେଲା କାର୍ । ଫଳରେ ଚାଲିଗଲା ୪ ଜଣକ ଜୀବନ, ଏଥିସହ ୧୮ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁସାରେ, ଉତ୍ତର ପ୍ରଦେଶର ମୁଜାଫରନଗର-ଶାହରନପୁର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । କୁହାଯାଉଛି ଯେ, ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଅନ୍ୟ ଏକ ଟ୍ରାକ୍ଟରରୁ ଧକ୍କା ଦେଇଥିଲା । ଯେଉଁଥିରେ ୪ ଜଣ ପ୍ରାଣ ହରାଇଥିଲେ ।

ଦୁର୍ଘଟଣାର ଖବର ପାଇ ଦେଓବନ୍ଦ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ଉଦ୍ଧାରକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ଏସଡିଏମ ଦୀପକ କୁମାର ଓ ଡିଏସପି କାମକରନ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିଲେ ।

ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ହେଲେ ଶିବମ ତ୍ୟାଗୀ, ,ସାବିତ୍ରୀ ଦେବୀ, ଏସ ଭରଦ୍ୱାଜ ଓ ଜ୍ଞାନବତୀ ଦେବୀ । ସେହିପରି ଯେଉଁମାନେ ଆହତ ହୋଇଥିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Related Posts