ଛତିଶଗଡର ଡୋଙ୍ଗରଗଡରେ ଟ୍ରେନ୍ ଦୁର୍ଘଟଣା: ୨ଟି ବଗି ଲାଇନ୍‌ଚ୍ୟୁତ

ରାୟପୁର : ଛତିଶଗଡର ଡୋଙ୍ଗରଗଡରେ ଅଘଟଣ ।ଶିବନାଥ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଶିବନାଥ ଏକ୍ସପ୍ରେସ୍ ଛତିଶଗଡର କୋରବାଠାରୁ ନାଗପୁରର ଇତୱାରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟମାର ଶିକାର ହୋଇଛି । ଡୋଙ୍ଗରଗଡ ୟାର୍ଡ ନିକଟରେ ଏକ୍ସପ୍ରେସ୍‌ଟି ଲାଇନ୍‌ଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଟ୍ରେନ୍‌ର ଦୁଇଟି ବଗି ରେଳ ଧାରଣାରୁ ଖସିପଡିଛି । ଏହି ଦୁର୍ଘଟଣା ଫଳରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳ ଧାରଣାରୁ ଲାଇନ୍‌ଚ୍ୟୁତ ବଗି ଦୁଇଟିକୁ ଉଠାଯାଉଥିବା ସୂଚନା ରହିଛି ।

Related Posts