ଶାହିନବାଗ ପରେ ଦିଲ୍ଲୀର ନ୍ୟୁ ଫେଣ୍ଡସ କଲୋନୀରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶାହିନବାଗ ପରେ ଦିଲ୍ଲୀର ନ୍ୟୁ ଫେଣ୍ଡସ କଲୋନୀରେ ଚାଲିଲା ବୁଲଡୋଜର । ବେଆଇନ ସଂରଚନାକୁ ହଟାଇବା ପାଇଁ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀ ଏବଂ ମଙ୍ଗୋଲପୁରୀରେ ଭୀଷଣ ସୁରକ୍ଷା ବ୍ୟବସ୍ଥା ଚାଲିଛି। ଶାହିନବାଗରେ ଭଙ୍ଗାଯିବାର ଗୋଟିଏ ଦିନ ପରେ ପୋଲିସର ଉପସ୍ଥିତି ମଧ୍ୟରେ ବୁଲଡୋଜର ଏହି ଅଞ୍ଚଳରେ ଗଡ଼ିଯାଇଥିଲା ଚାଲିଥିଲା । ସେପଟେ ଏହାକୁ ଅବରୋଧ କରିଥିବା ଅଭିଯୋଗରେ ଆପ ବିଧାୟକ ମୁକେଶ ଅହଲୱାଟଙ୍କୁ ମଧ୍ୟ ମଙ୍ଗୋଲପୁରୀରେ ପୋଲିସ ଅଟକ ରଖିଛି।

ଏନେଇ ସେ ବଡ଼ ବୟାନ ମଧ୍ୟ ଦେଇଛନ୍ତି । ତେବେ ଦେଶରେ ଆଣ୍ଟି-ଏନକାଉଣ୍ଟର ଡ୍ରାଇଭ୍ ଚାଲିଛି, ସ୍ଥାନୀୟ ବିଧାୟକ ଏଠାକୁ ଆସି ଜେସିବି ବ୍ୟବହାର କରିବାର ଆବଶ୍ୟକତା କ’ଣ ବୋଲି ପଚାରିଥିଲେ। ସେପଟେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏହାର ଆଣ୍ଟି-ଏନକାଉଣ୍ଟର ଡ୍ରାଇଭ୍ ଆରମ୍ଭ ହୋଇଛି । ଶାହିନବାଗ ପରେ ଆଜି ଏହି ସ୍ଥାନମାନଙ୍କରେ ବୁଲଡୋଜର ଚାଲିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts