
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଠାବ ହେଲା ଆତଙ୍କବାଦୀ ଶିବିର । ତେବେ ଜାମ୍ମୁ-କାଶ୍ମୀର ପୁଞ୍ଜ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଏକ ତଲାସି ଅଭିଯାନ କରାଯାଇଥିଲା । ଏଡା ମଧ୍ୟରେ ସେଠାରେ ଥିବା ଆତଙ୍କବାଦୀ ଶିବିର ସମ୍ପର୍କରେ ଖବର ମିଳିବା ପରେ ଭାରତୀୟ ସେନା ଏକେ ୪୭ର କିଛି ରାଉଣ୍ଡ ଗୁଳି ଜବତ କରିଥିଲା । ପୁଚ୍ଛର ଏସଏସପି ରୋହିତ ବସକୋତ୍ରା ଅଭିଯାନ ସୁରନକୋଟର ଡେରା ଗଳି ନିକଟରେ ପିର ଟୋଟା ଜଙ୍ଗଲରେ ତଲାସି ଅଭିଯାନ ଆରମ୍ଭ କରି ଏକ ଆତଙ୍କବାଦୀ ଶିବିରର ପତା ଲଗାଇଛନ୍ତି ।
ମିଳିତ ଟିମ ୧୦୦ ଏକେ ୪୭ ରାଉଣ୍ଡ ଗୁଳି, ୨୪ ଡ୍ୟୁରୋସେଲ ବ୍ୟାଟେରି, ୨ଟି ଟର୍ଚ୍ଚ, ପେନ କିଲର ଗୋଟିଏ ପ୍ୟାକେଟ, ୬ ଯୋଡା ଜୋତା, ୨ ଅଣ୍ଟାବନ୍ଧା ଓ ବାସନ ଜବତ କରିଛନ୍ତି । ଏହି ତଲାସି ଅଭିଯାନ ଏବେବି ଜାରି ରହିଥିବା ଏସଏସପି ସୂଚନା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।