ଆର ଥରକୁ ମୁଁ ଆଉ ନିର୍ବାଚନ ଲଢ଼ିବିନି; ମୋ ସାନ ପୁଅ ଜଟଣୀରୁ ଲଢ଼ିବ: ସୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ନିଜ ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ତେବେ କଂଗ୍ରେସ ଦଳ ୱାନ୍ ଫ୍ୟାମିଲି, ୱାନ୍ ଟିକେଟ୍ ନୀତିରେ ଆଗେଇବାକୁ ଯାଉଛି। ଏ ଦୃଷ୍ଟିରୁ ମୋର ସାନପୁଅ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବ। ମୁଁ ପୂର୍ବରୁ ବି ଘୋଷଣା କରିଥିଲି, ଏବେ ବି ସେୟା ଘୋଷଣା କରୁଛି। ସେ ଏବେ ଏୟାର ଇଣ୍ଡିଆରେ କ୍ୟାପଟେନ୍ ଭାବେ ଅବସ୍ଥାପିତ। ଆଗକୁ ଯଦିଓ ସକ୍ରୀୟ ରାଜନୀତିରେ ରହିବି ନାହିଁ କିନ୍ତୁ ମୃତ୍ୟୁ ପର‌୍ୟ୍ୟନ୍ତ ଜନସାଧାରଣ ଓ କଂଗ୍ରେସ ପାଇଁ କାମ କରିବି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବଡ଼ପୁଅ ଏବେ ଏଭରେଷ୍ଟ ଚଢ଼ିବା ଜାରି ରଖିଛନ୍ତି। ବର୍ତମାନ ସୁଦ୍ଧା ୮ହଜାର ୨ଶହ ଫୁଟ୍ ଚଢ଼ି ସାରିଲାଣି। ଆଉ ୬ଶହ ଫୁଟ୍ ବାକି ରହିଛି। ଆସନ୍ତା ୧୫ତାରିଖରେ ଏଭରେଷ୍ଟ ଉପରେ ଜାତୀୟ ପତାକା ଉଡ଼ାଇବାକୁ ଲକ୍ଷ୍ୟ ରଖଥିବା ସୁର କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts