ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା: ବଲିଉଡରେ କରିବାକୁ ଯାଉଛନ୍ତି ଡେବ୍ୟୁ

ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଲାଡଲି ଝିଅ ଐଶ୍ୱର୍ଯ୍ୟା। ସାଉଥ ପରେ ଏବେ ସେ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଏନେଇ ସେ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସାଉଥ ଇଣ୍ଡଷ୍ଟ୍ରିରେ ନିଜ ଟାଲେଣ୍ଟର ଜଲୱା ଦେଖାଇବା ପରେ ଐଶ୍ୱର୍ଯ୍ୟା ଏବେ ହିନ୍ଦୀ ଫିଲ୍ମ ଆଡକୁ ମୁହାଁଇଛନ୍ତି।

ସେ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦ୍ଦେଶକ ତଥା ସିଙ୍ଗର ରୂପେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସାଉଥ ଇଣ୍ଡଷ୍ଟ୍ରିରେ ନିଜ ଦମ୍‌ ଦେଖାଇବା ପରେ ହିନ୍ଦୀ ଫିଲ୍ମରେ ମଧ୍ୟ କିଛି ନୂଆ କରି ଦେଖାଇବା ପାଇଁ ଇଚ୍ଛା କରିଛନ୍ତି। ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ, ଅଭିନେତା ଧନୁଷଙ୍କ ପୂର୍ବତନ ପତ୍ନୀ ଐଶ୍ୱର୍ଯ୍ୟା ‘ଓ ସାଥୀ ଚଲ୍‌’ ଟାଇଟଲ ଥିବା ଏକ ହିନ୍ଦୀ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।

ଏହି ଫିଲ୍ମର ପ୍ରଡ୍ୟୁସର ମିନୁ ଅରୋରା ଅଛନ୍ତି, ଯାହାଙ୍କ ସହ ମିଶି ଐଶ୍ୱର୍ଯ୍ୟା ବଲିଉଡ ଫିଲ୍ମରେ ପାଦ ରଖିବାକୁ ଯାଉଛନ୍ତି। ଫିଲ୍ମ ‘ଓ ସାଥୀ ଚଲ୍‌’ ଏକ ସତ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ହେବ। ରିପୋର୍ଟ ମୁତାବକ ଫିଲ୍ମର ସ୍କ୍ରିପ୍ଟ ପୂରା ହୋଇନଥିବାରୁ ପ୍ରଡ୍ୟୁସର ଏହି ଫିଲ୍ମକୁ ନେଇ କିଛି କହିବାକୁ ମନା କରିଦେଇଛନ୍ତି।

Related Posts