ସାମାଜିକ ନ୍ୟାୟର ଅର୍ଥ ବୁଝି ନାହାନ୍ତି ଅଖିଳେଶ: ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ସଜବାଜ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜାଦ ପାର୍ଟିର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଆଜାଦ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ଅଖିଳେଶ ଯାଦବ ସମାଜିକ ନ୍ୟାୟର ଅର୍ଥ ବୁଝି ନାହାନ୍ତି । ଅଖିଳେଶ ଦଳିତଙ୍କୁ ଅପମାନିତ କରିଛନ୍ତି । ଗତ ମାସ ମଧ୍ୟରେ ଅଖିଳେଶ ଯାଦବଙ୍କ ସହ ମୋର ଅନେକ ସାକ୍ଷାତ ହୋଇଛି। ଏହି ସମୟରେ, ସକରାତ୍ମକ ଘଟଣା ମଧ୍ୟ ଘଟିଥିଲା କିନ୍ତୁ ଶେଷରେ ମୁଁ ଅନୁଭବ କଲି ଯେ ଅଖିଳେଶ ଯାଦବଙ୍କୁ ଦଲିତମାନଙ୍କର ଆବଶ୍ୟକତା ନାହିଁ ।

ସେ ଏହି ମିଳିତ ମଞ୍ଚରେ ଦଳିତ ନେତା ଚାହଁମ ନାହାଁନ୍ତି। କିନ୍ତୁ ସେ ଚାହୁଁଛନ୍ତି ଯେ ଦଳିତମାନେ ତାଙ୍କୁ ଭୋଟ୍ ଦିଅନ୍ତୁ। ଅନ୍ୟପଟେ ଆଜାଦ ସମାଜ ପାର୍ଟିର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଆଜାଦ ଏସପି କାର‌୍ୟ୍ୟାଳୟରେ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଚନ୍ଦ୍ରଶେଖର କହିଥିଲେ ଯେ ଏସପିଙ୍କ ସହ ତାଙ୍କର ମିଳିତତା ପ୍ରାୟ ନିଶ୍ଚିତ। ଶୀଘ୍ର ସିଟ୍ ସେୟାର୍ ହେବ । ହେଲେ ହଠାତ ଆଜାଦଙ୍କର ଏପରି ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ପଶ୍ଚିମ ୟୁପିରେ ଦଲିତ ଶ୍ରେଣୀ ଉପରେ ଚନ୍ଦ୍ରଶେଖରଙ୍କ ପ୍ରଭାବ ଭଲ ବୋଲି ବିବେଚନା କରାଯାଏ । ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ସମୟ ଧରି ଏସପି-ଏସପି ମଧ୍ୟରେ ମିଳିତତା ବିଷୟରେ ଆଲୋଚନା ଜୋର ଧରିଥିଲା ।

Related Posts