ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ନେଇ ଭାବୁକ ହେଲେ ଝିଅ; କହିଲେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଅଛି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତି ଉପରେ ରହିଛି । କାହିିଁନା ଉତ୍ତରପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମାନେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଥିବାର କଥା ସେତିକି ସମ୍ନାକୁ ଆସୁଛି । ବିଶେଷକରି ଭାରତୀୟ ଜନତା ଦଳର ନେତାମାନେ । ବିଜେପିରୁ ଇସ୍ତଫା ଦେଇ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଥିଲେ । ହେଲେ ଗତକାଲି ସେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇ ପୁଣିଥରେ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଥିଲେ । ଦେଶରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କର ଚର୍ଚ୍ଚା ଥମିନଥିବାବେଳେ ତାଙ୍କ ଝିଅ ତଥା ବନ୍ଦାୟୁର ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲାଇମଲାଇଟକୁ ଆସିଛନ୍ତି ।

ତେବେ ଯଦି ମୁଁ କିଛି ମାଗେ ଏବଂ ତାହା ପୂରଣ ନହେବା ପରି ପରିସ୍ଥିତି ବର୍ତ୍ତମାନ ସୁର୍ଦ୍ଧା ଉପୁଜିନି । ପିତା ଓ ବାପାଙ୍କର ସମ୍ପର୍କ ହେଉଛି ଦୁନିଁଆର ସୁବଠାରୁ ଶକ୍ତିଶାଳନୀ ସମ୍ପର୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୋର ବାପା ସଦୃଶ । ତେଣୁ ତାଙ୍କୁ କରିଥିବା ପ୍ରତିଶୃତି ହିଁ ମୋତେ ବାନ୍ଧି ରଖିଛି । କେବଳ ଏତିକି ନୁହେଁ ଯେତେବେଳେ ମୁଁ ସୋସିଆଲ ମିଡିଆରେ ଅଶ୍ଳୀଳ ଶବ୍ଦ ପଢ଼ିଥାଏ । ସେତେବେଳେ ଏହା ନୁହେଁ ଯେ ମୁଁ ତାହାର ଉତ୍ତର ଦେଇ ପାରିବି ନାହିଁ ।

କେବଳ ସେତେବେଳେ ସମ୍ମାନିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମୋ ବାପାଙ୍କୁ କହିଥିବା ଶବ୍ଦ, ‘ଆଜ ସେ ଆପକା ବେଟି ହାମାରା ବେଟି ହେ’ ଏହି ଶବ୍ଦଟି ମନେ ପଡ଼ିଥାଏ । ସାଂସଦ ହେବା ପୂର୍ବରୁ ମଧ୍ୟ ମୁଁ ସାମାଜିକ କାର୍ଯ୍ୟରେ ଲିପ୍ତ ଥିଲି । ଏବଂ ସାଂସଦ ହେବା ପରେ ମଧ୍ୟ ମୁଁ ସଂସଦରେ ମୋର ଦାୟିତ୍ୱକୁ ପୂରଣ କରୁଛି ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି ।

Related Posts