ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଅଖିଳେଶ ଯାଦବଙ୍କ କଟାକ୍ଷ – “କେବଳ କୋଚ୍‌ ନୁହେଁ ପୁରା ଟ୍ରେନ ବଦଳାଇବା ଆବଶ୍ୟକ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ପାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି । ଆଗାମୀ ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ଉତ୍ତରପ୍ରଦେଶର ୭ ଜଣ ସାଂସଦଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ତେବେ ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଅଖିଳେଶ ଟ୍ବିଟ୍ କରି କହିଛନ୍ତି,‘ ଏତେ ସଂଖ୍ୟକ ମନ୍ତ୍ରୀ ଏବଂ ମନ୍ତ୍ରଣାଳୟ ବଦଳାଇ ବିଜେପି ସରକାର ନିଜେ ସ୍ବୀକାର କରିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ବିଫଳ ହୋଇଛନ୍ତି। ତେଣୁ କେବଳ ଡବା ନୁହେଁ ପୁରା ଟ୍ରେନ୍ ବଦଳାଇବାର ଆବଶ୍ୟକ ରହିଛି। ସରକାର ଚଳାଇବା ପାଇଁ ବିଜେପି ନୈତିକ ଅଧିକାର ହରାଇଛି । ଏବେ ଦେଶ ଏବଂ ରାଜ୍ୟରେ ପରିବର୍ତ୍ତନର ଲହରୀ ଦେଖିବାକୁ ମିଳୁଛି । ” ନିକଟରେ ଶେଷ ହୋଇଥିବା ୟୁପି ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନରେ ବିଜେପି ଖୁବ୍ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ନିର୍ବାଚନରେ ଅନିୟମିତତାର ଅଭିଯୋଗ ଆଣିଥିଲା ସପା ମୁଖ୍ୟ ଅଖିଳେଶ ଯାଦବ। ସେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ​​ବିଜେପି ଗଣତନ୍ତ୍ରର ମଜାକ ଉଡାଇଛି । ନିର୍ବାଚନରେ ବିଜେପି ତୁଳନାରେ ସମାଜବାଦୀ ପାର୍ଟିର ଜିଲ୍ଲା ପଞ୍ଚାୟତ ଅଧିକ ସଦସ୍ୟ ବିଜୟୀ ହୋଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଦ୍ବାରା ଜିତାଯାଇଥିବା ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ଅର୍ଥ-ବଳ ଏବଂ ପ୍ରତାରଣା କରି ବିଜେପି ନିଜ ସଦସ୍ୟ ମାନଙ୍କୁ ଅଧ୍ଯକ୍ଷ କରାଇଛି । ଏବେ ବିଜେପି ବ୍ଲକ ସ୍ତରୀୟ ନିର୍ବାଚନରେ ସାମାନ ପ୍ରକ୍ରିୟା ଦୋହରାଇବାକୁ ଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ କାଲି ହୋଇଥିବା ମନ୍ତ୍ରୀମଣ୍ଡଳ ବିସ୍ତାରରେ ନାରାୟଣ ରାଣେଙ୍କୁ – ମାଇକ୍ରୋ, ସ୍ମଲ, ମିଡିୟମ ଏଣ୍ଟରପ୍ରାଇଜେସ୍‌, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ – ବନ୍ଦର, ଜାହାଜ ଚଳାଚଳ, ଜଳପଥ ଓ ଆୟୁଷ, ବୀରେନ୍ଦ୍ର କୁମାରଙ୍କୁ – ସାମାଜିକ ନ୍ୟାୟ ଓ ସଶକ୍ତିକରଣ , କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ, ରାମଚନ୍ଦ୍ର ପ୍ରସାଦ ସିଂହ – ଇସ୍ପାତ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇ, ଆଇଟି ଓ ଯୋଗାଯୋଗ, ପଶୁପତି କୁମାର ପାରସଙ୍କୁ – ଖାଦ୍ୟ ପ୍ରକ୍ରିୟାକରଣ, କିରଣ ରିଜିଜୁଙ୍କୁ – ଆଇନ ଓ ନ୍ୟାୟ, ରାଜକୁମାର ସିଂହଙ୍କୁ -ଶକ୍ତି, ନୂଆ ଓ ଅକ୍ଷୟ ଶକ୍ତି, ହରଦୀପ ସିଂହ ପୁରିଙ୍କୁ -ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ହାଉସିଂ, ସହରାଞ୍ଚଳ ବିକାଶ, ମନ୍‌ସୁୁଖ ମାଣ୍ଡ୍‌ଭିୟାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ, ଭୂପେନ୍ଦ୍ର ଯାଦବଙ୍କୁ – ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ଶ୍ରମ ଓ ନିଯୁକ୍ତି, ପୁରୁଷୋତ୍ତମ ରୁପାଲାଙ୍କୁ -ମତ୍ସ୍ୟ, ପଶୁପାଳନ, ଜି.କିଶାନ ରେଡ୍ଡିଙ୍କୁ – ସଂସ୍କୃତି, ପର୍ଯ୍ୟଟନ ଉତ୍ତର-ପୂର୍ବାଞ୍ଚଳ ବିକାଶ , ଅନୁରାଗ ଠାକୁରଙ୍କୁ – ସୂଚନା ପ୍ରସାରଣ, କ୍ରୀଡା ଓ ଯୁବ ବ୍ୟାପାର । ସେହିପରି ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ପଙ୍କଜ ଚୌଧୁରୀଙ୍କୁ -ଅର୍ଥ ବିଭାଗ , ଅନୁପ୍ରିୟା ପଟେଲ-ବାଣିଜ୍ୟ, ଶିଳ୍ପ। ସତ୍ୟପାଲ ସିଂହ ଭାଗେଲ-ଆଇନ ଓ ନ୍ୟାୟ, ରାଜୀବ ଚନ୍ଦ୍ରଶେଖର-ଦକ୍ଷତା ବିକାଶ, ଶିଳ୍ପୋଦ୍ୟୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି, ଶୋଭା କରନ୍‌ଦାଲ୍‌ଜେ-କୃଷି ଓ କୃଷକ କଲ୍ୟାଣ, ଭାନୁପ୍ରତାପ ସିଂହ ବର୍ମା-ଏମ୍‌ଏସ୍‌ଏମ୍‌ଇ, ଦର୍ଶନା ବିକ୍ରମ ଜାର୍ଦୋସ-ବୟନଶିଳ୍ପ, ରେଳବାଇ, ମୀନାକ୍ଷୀ ଲେଖି-ବୈଦେଶିକ ବ୍ୟାପାର, ସଂସ୍କୃତି, ଅନ୍ନପୂର୍ଣ୍ଣା ଦେବୀ-ଶିକ୍ଷା, ଏ.ନାରାୟଣସ୍ୱାମୀ-ସାମାଜିକ ନ୍ୟାୟ ଓ ସଶକ୍ତିକରଣ, କୌଶଲ କିଶୋର-ଗୃହ ଓ ସହରାଞ୍ଚଳ ବିକାଶ, ଅଜୟ ଭଟ୍ଟ – ପ୍ରତିରକ୍ଷା, ପର୍ଯ୍ୟଟନ, ବି.ଏଲ.ବର୍ମା – ଉତ୍ତର-ପୂର୍ବାଞ୍ଚଳ ବିକାଶ, ସମବାୟ, ଅଜୟ କୁମାର – ଗୃହ, ଚୌହ୍ୱାନ ଦେବୁସିଂହ-ଯୋଗାଯୋଗ, ଭଗୱନ୍ତ ଖୁବା- ନୂଆ ଓ ଅକ୍ଷୟ ଶକ୍ତି, ସାର ଓ ରସାୟନ, କପିଲ ମୋରେଶ୍ୱର ପାଟିଲ-ପଞ୍ଚାୟତିରାଜ, ପ୍ରତିମା ଭୌମିକ-ସାମାଜିକ ନ୍ୟାୟ ସଶକ୍ତିକରଣ, ସୁଭାଷ ସରକାର-ଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି।

Related Posts