ଆଦିବାସୀଙ୍କ ଉପରେ ଆକ୍ରମଣ ଘଟଣା : ସମ୍ପୃକ୍ତ ଜଙ୍ଗଲ ବିଭାଗ କର୍ମଚାରୀକୁ ବହିଷ୍କାର ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କଲା କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ତଳେ  ଆଦିବାସୀ ଉପରେ ଆକ୍ରମଣ ହୋଇଥିବା ର ୮ଦିନ ବିତିଯାଇଥିଲେ ହିଁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ।ଯାହାକୁ ନେଇ ଜିଲ୍ଲା ରେ ଉଦବେଗ ପ୍ରକାଶ ପାଇଛି।ଏହାର ଉଚିତ ନ୍ୟାୟ ଦାବି ନେଇ ବୁଧବାର ଦିନ ଯୁବକଂଗ୍ରେସ ର ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଏକ ଲେଖିତ ଅବଗତ କରାଇଛନ୍ତି।ସୂଚନା ମତେ ନବରଙ୍ଗପୁର ଜିଲ୍ଲା ରୁ ୪୦ପରିବାର କଳାହାଣ୍ଡି ସୀମାନ୍ତ ସାହାଜଖୋଲ ସଂରକ୍ଷଣ ଜଙ୍ଗଲ ଗତମୁଣ୍ଡା ବିଟ ଡୁମେରପାଣି ଓ ଭତାପାଣି ଗାଁ ରେ ପ୍ରାୟ ୨ଶହ ରୁ ଉର୍ଦ୍ଧ ଲୋକ ଦୀର୍ଘ ୨୦ବର୍ଷ ହେବ ବସତି ସ୍ଥାପନ କରିଆସୁଛନ୍ତି।

      ତେବେ ଗତ କିଛିଦିନ ତଳେ ଜଙ୍ଗଲ ବିଭାଗ ର କର୍ମଚାରୀ ଓ ଗତମୁଣ୍ଡା ଗ୍ରାମର ଶତାଧିକ ଲୋକ ଆଦିବାସୀ ଙ୍କ ଉପରେ ଆକ୍ରମଣ କରିଥିଲେ।ମାଡ଼ପିଟ,ଘର ଭାଙ୍ଗିବା,ପଡିବା ସହ ମହିଳା ମାନଙ୍କୁ ଅସଦାରଣ ,ଆସବାସ ପତ୍ର ନଷ୍ଟ କରିବା ସହିତ ଗୃହ ପାଳିତ ପଶୁ,ପକ୍ଷୀ ମାରିଦେବା ଓ ବ୍ୟବହୃତ କୂଅପାଣି ରେ ପରିଶ୍ରା ,ବିଷ ଦେବା ଭଳି ଘଟଣା ଅଭିଯୋଗ ହୋଇଥିଲା। ତିକ୍ତତା ଦିନ କୁ ଦିନ ବଢି ରହିବା ରୁ ଗତ ମଙ୍ଗଳବାର ଦିନ ନବରଙ୍ଗପୁର ଓ କଳାହାଣ୍ଡି ପ୍ରଶାସନ ସ୍ଥିରତା ଆଣିବା କୁ ଯାଇ ଏକ ଶାନ୍ତି କମିଟି ଗଠନ କରିଥିଲେ।ଉଭୟ ଗ୍ରାମ ବାସୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବିସ୍କୃତ ଆଲୋଚନା କରାଯାଇଥିଲା।ଶେଷରେ ଉଭୟଙ୍କ ସହମତି ରେ ନିର୍ଣ୍ଣାୟକ ନିଷ୍ପତ୍ତି ହୋଇଥିଲା।ତେବେ ଅମାନସିକ ଭାବେ ଆଦିବାସୀ ଙ୍କ ଉପରେ ଆକ୍ରମଣ କରିଥିବା ବନ କର୍ମଚାରୀ ଓ ଜଙ୍ଗଲ ସୁରକ୍ଷା କମିଟି ଉପରେ କୌଣସି ଆନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସମୟରେ ଏବେ ସନ୍ଦେହ ଘେର କୁ ଆସିଛି।

      ଆଦିବାସୀଙ୍କୁ ଆକ୍ରମଣ ,ଭଙ୍ଗାରୁଜା ,ମାଡ଼ପିଟ  କରିବା  ମହିଳା ଅସଦାରଣ, ଅଶୈଳ ବ୍ୟବହାର ଦେଇ ତାଙ୍କ ସମ୍ମାନ ,ସ୍ୱାଭିମାନ ଉପରେ ଆଂଜ ଆସିଥିବା ନେଇ ଉଚିତ ନ୍ୟାୟ ପାଇଁ ଯୁବ କଂଗ୍ରେସ ଦୁଇପାଦ ଆଗେଇ ଆସିଛି।ଏହି ଘଟଣା ଭିଆଇ ଥିବା ବ୍ୟକ୍ତି ଜଣ କ କୋକସରା ବିଜେଡିର ଯୁବ ଛାତ୍ର ସଭାପତି ହୋଇଥିବାରୁ ପୋଲିସ ଗିରଫ କରୁ ନ ଥିବା କଂଗ୍ରେସ ଅଭିଯୋଗ ଉଠାଇଛି। ଉପର ମହଲରୁ ଶାସକ ନେତା ମନ୍ତ୍ରୀଙ୍କ ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନ ଥିବା ଖୋଲା ଭାବେ ଯୁବ କଂଗ୍ରେସ ଅଭିଯୋଗ କରିଛି।ଏନେଇ ଏକ ପ୍ରତିନିଧି ଦଳ ଜିଲ୍ଲା ପାଳ ଙ୍କୁ ଲେଖିତ ଭାଇ ଜଣାଇଛନ୍ତି।

      ଯଦି  ଅଭିଯୁକ୍ତ ମାନଙ୍କ ବିରୋଧରେ ୨ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଗିରଫ କରା ନଯାଏ ତେବେ ଆମ୍ବପାଣି ଥାନା ଘେରାଉ କରାଯିବା ସହ ଜାତୀୟ ରାଜ ପଥ ୨୬କୁ ଅବରୋଧ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି -ସାଉଲ ମଙ୍ଗରାଜ,ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି-କମଳ ଚରଣ ତାଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ-ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟ୍ଟନାୟକ, ଡାକେ ଲହଜଳ, କୁମୁଦ ଗହୀର,ଦୁଷ୍ମନ୍ତ ନିଆଲ ପ୍ରମୁଖ ପ୍ରକାଶ କରିଛନ୍ତି।

Related Posts