ଅକ୍ଷୟ କୁମାର ଓ ଟ୍ୱିଙ୍କଲ୍ ଖାନ୍ନା ୧୦୦ ଟି ଅକ୍ସିଜେନ୍ କନସେଣ୍ଟେଟର ଦାନ କଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ସପୁର୍ଣ୍ଣ ରୂପେ ଭୁଷୁଡି ଯାଇଛି । ଏହି ସମୟରେ ସହାଯ୍ୟ କରିବା ପାଇଁ ଲୋଟି ଆସିଛନ୍ତି ନେତା, ଅଭିନେତା ଓ ବଡ ବଡ ବ୍ୟବସାୟୀ । ଏଥିରୁ ବାଦ୍ ପଡି ନାହାନ୍ତି ବଲିଉଡ୍ ସୁପର ଷ୍ଟାର ଅକ୍ଷୟ କୁମାର । ସେ ୧୦୦ଟି ଅମ୍ଳଜାନ କନସେଣ୍ଟେଟର ଦାନ କରିଛନ୍ତି । ଅଭିନେତ୍ରୀ ତଥା ଲେଖକ ଟ୍ୱିଙ୍କଲ୍ ଖାନ୍ନା ନିଜ ଇନ୍‌ଷ୍ଟାଗ୍ରାମରେ ଉଲ୍ଳେଖ କରିଛନ୍ତିଯେ ‘ ଚମତ୍କାର ଖବର ଡାଏଭିକ୍ ଫାଉଣ୍ଡେସନ୍ ମାଧ୍ୟମରେ ଲଣ୍ଡନ ଏଲଟି ଡକ୍ଟର ଦାର୍ଶନିକ ପଟେଲ ଓ ଡକ୍ଟର ଗୋବିନ୍ଦ ବାଙ୍କାନି ୧୨୦ଟି ଅମ୍ଳଜାନ କନସେଣ୍ଟେଟର ଦାନ କରୁଛନ୍ତି । ଏବଂ ଅକ୍ଷୟ କୁମାର ଓ ମୁଁ ମଧ୍ୟ ୧୦୦ ଟି ଦାନ କରିଛୁ । କରୋନା ଦ୍ୱିତୀୟ ଲହର ସହିତ ଲଢିବା ପାଇଁ ଟ୍ୱିଙ୍କଲ୍ ଖାନ୍ନା ମଧ୍ୟ ଅନ୍ୟ ମାନଙ୍କୁ ସାହାଯ୍ୟର ହାତ ବଢେଇବା ଲାଗି ଅନୁରୋଧ କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି “ ମୁଁ ଭାବୁଛି ଗତ କିଛି ସପ୍ତାହ ଧରି ମୋ ପରିବାର ସହିତ ଥିଲି, ସେଠାରେ ଅଧିକ ସମୟ ରହିପାରିଲ ନାହିଁ । ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରେ ଯିଏ ଯାହା କରିପାରିବ ତାହା କରୁ କାରଣ ଏହି ଦୁଖଃଦ ମୁହୁର୍ତ୍ତ ଗଲା ପରେ ଆମେ ପଛକୁ ଦେଖି ଯାଣି ପାରିବା ଯେ ସମସ୍ତଙ୍କ ମଧ୍ୟରେ ଆମେ ସର୍ବୋତ୍ତମ ।

ବର୍ତ୍ତମାନ ଭାରତରେ ୩.୬୦ ଲକ୍ଷ ଅଧିକ ସକ୍ରୀୟ କରୋନା ମାମଲା ରହିଛି । ଗାତ ୨୪ ଘଣ୍ଟା ମଧ୍ୟରେ ପ୍ରୟ ୩,୩୦୦ ଜଣଙ୍କର ମୃତ ହୋଇଛି । ମହାମାରୀ ଆରମ୍ଭରୁ ଏହା ଏକ ଦିନିକିଆ ବୃଦ୍ଧି । ଏବଂ ସମୁଦାୟ ମୃତ ୨,୬୧,୧୬୨ରେ ପହଞ୍ଚିଛି । ଏହି ରୋଗରୁ ବର୍ତ୍ତମାନ ପ୍ରର୍ଯ୍ୟନ୍ତ ୧,୪୮,୧୭,୩୧୭ ଲୋକ ସୁସ୍ଥ ହୋଇଛନ୍ତି ।

Related Posts