ଭୁବନେଶ୍ଵର,୧୫/୧୨ (ସତ୍ୟପାଠ ବ୍ୟୁରୋ): ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅଭିମନ୍ୟୁଙ୍କ ଭୁବନେଶ୍ୱରରେ ଥିବା ଘର ଓ ନୟାଗଡ଼ର ଥିବା ପୈତୃକ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅଭିମନ୍ୟୁଙ୍କ ଭୁବନେଶ୍ୱର ପାଇକନଗରରେ ଥିବା ୪ ମହଲା ବିଲ୍ଡିଂ ଓ ତମାଣ୍ଡୋ ଅଫିସରେ ଚଢ଼ାଉ କରାଯାଇଛି। ସେହିପରି ନୟାଗଡ଼ର ରଣପୁର ନଛିପୁର ଗାଁ ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କାରାଯାଇଛି। ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ୬ଜଣ ଏଏସ୍‌ଆଇ ସାମିଲ ହୋଇଛନ୍ତି। ଅଭିମନ୍ୟୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ତଦନ୍ତ କରି ଆଜି ସକାଳେ ଏସ୍‌ଆଇଙ୍କ ଘରେ ଚଢ଼ାଉ କରିଥିଲା।