ରାହୁଲଙ୍କ ରାମ ଅବତାର !

ଆସନ୍ତା ଫେବ୍ରୃଆରୀ ୩ ତାରିଖରେ ବିହାର ପାଟନାର ଗାନ୍ଧି ମୈଦାନରେ କଂଗ୍ରେସ ପକ୍ଷରୁ ଜନ ଆକାଂକ୍ଷା ନାମରେ ଏକ ରାଲିର ଆୟୋଜନ କରାଯାଇଛି । ତା’ ପୂର୍ବରୁ ପାଟନାର ବିଭିନ୍ନ ସ୍ଥାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ପୋଷ୍ଟର ଲଗାଯାଇଛି । ସେଥିମଧ୍ୟରୁ କିଛି ଫଟୋରେ ରାହୁଲଙ୍କୁ ଭଗବାନ ରାମ ଭାବେ ଚିତ୍ରଣ କରାଯାଇଛି ।

ଏ ସଂମ୍ପର୍କରେ ବରିଷ୍ଠ କଂଗ୍ରେସ କର୍ମୀ ବିଜୟ କୁମାର ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହନ୍ତି, ରାହୁଲ ଗାନ୍ଧିଙ୍କ ନିକଟରେ ଭଗବାନ ଶ୍ରୀରାମଙ୍କର ସମସ୍ତ ଗୁଣ ରହିଛି । ସେହିପରି କେବଳ ରାହୁଲ ଓ କଂଗ୍ରେସ ଅଯୋଧ୍ୟ ମାମଲାର ସମାଧାନ କରିପାରିବେ । ବିଜେପି ଏହି ପ୍ରସଙ୍ଗକୁ ଭୋଟବ୍ୟାଙ୍କ୍ ରାଜନୀତି ଭାବେ ବ୍ୟବହାର କରୁଥିବାର ସେ ଅଭିଯୋଗ କରିଛନ୍ତି ।

Related Posts