ଆସୁଛନ୍ତି ଅମିତ୍‌ ଶାହା, ରବିବାର ପୁରୀରେ ଜନସଭା

ରବିବାର ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ପୁରୀରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ମହାଅଧିବେଶନରେ ଯୋଗ ଦେବେ ଅମିତ୍‌ ଶାହା । ଏହି ଅବସରରେ ରାଜ୍ୟରୁ ପ୍ରାୟ ୧ ଲକ୍ଷ ଆଦିବାସୀଙ୍କୁ ନେଇ ଅନୁଷ୍ଠିତ ହେବ ଆଦିବାସୀ ଅଧିକାର ରାଲି । ସାଲେପୁର ସଭାରେ ନବୀନ ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଥିଲେ ଶାହ । ପୁରୀରେ ବି ଶାହା ଆହୁରି ଶାଣିତ ଆକ୍ରମଣ କରିବେ ବୋଲି ଦଳୀୟ ନେତା କହିଛନ୍ତି ।

ପୁରୀ ତାଳବଣିଆରେ ଚାଲିଥିବା ଜନଜାତି ମୋର୍ଚ୍ଚା ମହାଅଧିବେଶନରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ତ୍ରିପୁରା ଉପ ମୁଖ୍ୟମନ୍ତ୍ରୀ ଜିସ୍ନୁ ଦେବ ବର୍ମନ, ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସମେତ ଜନଜାତି କମିଶନର ଅନସୂୟା ଉକେ ପ୍ରମୁଖ ଯୋଗ ଦେଇଛନ୍ତି । ମହାଅଧିବେଶନରେ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ନେତୃବୃନ୍ଦ । କହିଛନ୍ତି, ଓଡ଼ିଶାରେ ଜନଜାତିମାନଙ୍କ ଦୁଃଖ ବୁଝିବାରେ ଅସମର୍ଥ ହୋଇଛନ୍ତି ରାଜ୍ୟ ସରକାର ।

ଜନଜାତିମାନେ ଏକାଠି ହୋଇ ବିଜେପିକୁ କ୍ଷମତାସୀନ କରିବାକୁ ଦେଇଛନ୍ତି ଆହ୍ବାନ । ଆଗକୁ ରହିଛି ଲୋକସଭା ନିର୍ବାଚନ । ତେଣୁ ଜନଜାତି ଭୋଟ୍ ହାତେଇବାକୁ ମହାଅଧିବେଶନରେ ପ୍ରସ୍ତୁତ ହୋଇଛି ଏଜେଣ୍ଡା । ମୋଦି ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦିଆଯାଇଛି ଆହ୍ବାନ ।

Related Posts