ବିଜେପିରେ ହାଇଏଲର୍ଟ, ସମାଜବାଦୀ ପାର୍ଟିକୁ ସାମ୍ନା କରିବା ପାଇଁ ଅମିତ ଶାହାଙ୍କୁ ଦିଆଗଲା ଦାୟିତ୍ୱ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟିର ଅଡ଼ୁଆ ବଢ଼ିବାରେ ଲାଗିଛି । ଜଣେ ପରେ ଜଣେ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ କିଛି ବିଧାୟକଙ୍କ ଇସ୍ତଫା ପରେ ବିଜେପି ସଜାଗ ରହିଥିବାର ଦେଖିବାକୁ ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ମୌର୍ଯ୍ୟଙ୍କ ସହ ବିଜେପି ନିରନ୍ତର ଯୋଗାଯୋଗରେ ଅଛି। ତେବେ ଯେକୌଣସି ଉପାୟରେ ମୌର୍ଯ୍ୟଙ୍କୁ ଅଟକାଇବା ଏବଂ ଶୀଘ୍ର ଏସପିଙ୍କୁ ଏକ ବଡ ଝଟକା ଦେବା ହିଁ ବିଜେପିର ବର୍ତ୍ତମାନର ରଣନୀତି ରହିଛି । ସେପଟେ ନିର୍ବାଚନର ପ୍ରଥମ ତିନୋଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଚୟନକୁ ନେଇ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବାବେଳେ ମୌର୍ଯ୍ୟ ଦଳରୁ ଇସ୍ତଫା ଦେଇଥିଲେ ।

ଅନ୍ୟପଟେ ବିଜେପି ଏହାର ସହଯୋଗୀ ଅପନା ଦଳ ଏବଂ ନିଶାଦ ପାର୍ଟି ସହିତ ଦୁଇଥର ଯୋଗାଯୋଗ କରିଥିଲା। ସ୍ୱାମୀ ମନାଇବା ପାଇଁ ଡେପୁଟି ସିଏମ ମଧ୍ୟ ନିରନ୍ତର ଚେଷ୍ଟା କରିଆସୁଛନ୍ତି । ତେବେ ଶୀଘ୍ର ନିଷ୍ପତ୍ତି ଭୁଲ ଅଟେ । ବସିକି ଆଲୋଚକା କରିବା ବୋଲି ଡେପୁଲଟି ସିଏମ ଟ୍ୱିଟ କରିଥିବାର ଦେଖିବାକୁ ମିଳିଛି । ଏହାର ଜବାବରେ ସ୍ୱାମୀ ବଡ଼ ବୟାନ ଦେଇଛନ୍ତି । ତେବେ କେଶବପ୍ରସାଦ ଦୁଃଖିତ ହେବା ଉଚିତ । କାହିଁକିନା ନିଜକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିବା ଉଚିତ । କେଶବ ମୋର ଉପଦେଷ୍ଟା ନୁହଁନ୍ତି, ସେ ଉପ-ମୁଖ୍ୟମନ୍ତ୍ରୀ । ତେଣୁ କାର୍ଯ୍ୟକୁ ସେ ଠିକ ଭାବରେ ତୁଲାନ୍ତୁ ବୋଲି ସ୍ୱାମୀ ଏହାର ଜବାବ ରଖି କହିଥିଲେ ।
ସେପଟେ ସ୍ୱାମୀ ପ୍ରସାଦଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀଙ୍କ ସମେତ ଅଧା ଡଜନ ବିଧାୟକଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ଚାରିଜଣ ବିଜେପି ବିଧାୟକ ରାକେଶ ରଥୋର, ଜୟ ଚଙ୍କଭବେ, ମାଧୁରୀ ଭର୍ମା ଏବଂ ରାଧାକୃଷ୍ଣ ଶର୍ମା ଏସପିରେ ଯୋଗ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଆସିଥିଲେ, ନିର୍ବାଚନ ପୂର୍ବରୁ ଯାଇଥିଲେ । ଏକଦା ବିଏସପି ସୁପ୍ରିମୋ ମାୟାବତୀଙ୍କ ସହ ଅତି ନିକଟତର ଥିବା ସ୍ୱାମୀ ପ୍ରସାଦ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ।

Related Posts