ଅମିତ ଶାହ ୮୦,୦୦୦ ଟଙ୍କାର ମଫଲର ପିନ୍ଧୁଛନ୍ତି, ହେଲେ ରାହୁଲଙ୍କ ଟି-ସାର୍ଟକୁ ନେଇ ପ୍ରଶ୍ନ କରୁଛନ୍ତି: ଅଶୋକ ଗେହଲଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଭାରତ ଯୋଡ ଯାତ୍ରା ଜାରି ରହିଛି। ଏହି ଯାତ୍ରା ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରୁଛି। କଂଗ୍ରେସ ମଧ୍ୟ ଏହାର ଜବାବ୍ ଦେଉଛି। ଦୁଇ ଦଳ ମଧ୍ୟରେ ଏଭଳି ଆରୋପ ପ୍ରତ୍ୟାରୋପ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟି-ସାର୍ଟକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରାହୁଲ ଭାରତ ଯୋଡ଼ା ଯାତ୍ରା ସମୟରେ ପିନ୍ଧିଥିବା ଟି-ସାର୍ଟର ମୁଖ୍ୟ ୪୧,୦୦୦ ଟଙ୍କା। ଏହି ଅଭିଯୋଗ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ଉପରେ ବର୍ଷିଛନ୍ତି।

ରାଜସ୍ଥାନର ଚୁରୁରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଗେହଲଟ କହିଛନ୍ତି ଯେ, ଭାରତ ଯୋଡ଼ୋ ଯାତ୍ରାରେ ବିଜେପିର ସମସ୍ୟା କ’ଣ। ସେମାନେ ରାହୁଲ ଗାନ୍ଧିଙ୍କ ଟି-ସାର୍ଟ କଥା କହୁଛନ୍ତି। କିନ୍ତୁ ଗୃହ ମନ୍ତ୍ରୀ ଅମିତ୍ ଶାହା ନିଜେ ୮୦ ହଜାର ଟଙ୍କାର ମଫଲର ପିନ୍ଧୁଛନ୍ତି । ପ୍ରକୃତରେ କଂଗ୍ରେସର ଏହି ଯାତ୍ରାକୁ ଲୋକମାନେ ଯେଭଳି ଗ୍ରହଣ କରିଛନ୍ତି ତାହା ବିଜେପିର ଚିନ୍ତା ବଢ଼ାଇ ଦେଇଛି ବୋଲି ଗେହଲଟ ମତ ଦେଇଛନ୍ତି। ସେଥିପାଇଁ ସେମାନେ ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏଭଳି କଥା କହୁଛନ୍ତି। ସେମାନେ ମୂଳ ପ୍ରସଙ୍ଗରୁ ଯେତେ ଲୁଚିଲେ ମଧ୍ୟ କଂଗ୍ରେସ ସବୁବେଳେ ବେରୋଜଗରି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇବା ବୋଲି ଗେହଲଟ କହିଛନ୍ତି।

Related Posts