ପୁଣି ରାଜଧାନୀରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା, ଆପାର୍ଟମେଣ୍ଟ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା। ଅଟଲାର ସୁରେଖା ବାଟିକା ଆପାର୍ଟମେଣ୍ଟରେ ଘଟିଛି ଏଭଳି ଏକ ଅଭାବନୀୟ କାଣ୍ଡ । ପାହାଳ ଥାନା ଅନ୍ତର୍ଗତ ଅଟଳାଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ନାମ ହେଲା ସୁଜାତା ରଥ । ଏହି ଆପର୍ଟମେଣ୍ଟରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭଇନ ରିଲେସନରେ ରହୁଥିଲେ ।

ତେବେ ଆଜି ସକାଳୁ ନିଜ ରୁମରେ ଫ୍ୟାନରେ ଓଢ଼ଣୀ ଲଗାଇ ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ। ସହିଦ ନଗରରେ ନିଜ ପୁରୁଷ ବନ୍ଧୁଙ୍କ ସହ ମିଶିକି ନିଜସ୍ୱ ଏକ ବ୍ୟବସାୟ କରୁଥିଲେ। ଫ୍ଲାଟରେ ନିଜ ବାପା ମାଆଙ୍କ ଅନୁମତିରେ ପୁରୁଷ ବନ୍ଧୁ ସହ ରହୁଥିଲେ ଯୁବତୀ। ମାତ୍ର ପୁରୁଷ ବନ୍ଧୁ ଜଣକ ଗତ ୩ ଦିନ ହେବ ଆପାର୍ଟମେଣ୍ଟରେ ରହୁ ନଥିବା ସୂଚନା ମିଳିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହକୁ ଜହତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଯାଇଛି ।

Related Posts