ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବାଚସ୍ପତି ସିପି ଯୋଶୀ ! ଅଶୋକ ଗେହଲଟ ନାମ ସୁପାରିସ କରିଥିବା ଚର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶୋକ ଗେହଲଟ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାମ ସୁପାରିଶ କରିଛନ୍ତି। ଏକ ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାମ ସୋନିଆ ଗାନ୍ଧୀଙ୍କୁ ସୁପାରିଶ କରିଛନ୍ତି। ଅଶୋକ ଗେହଲଟ ବୁଧବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଏହା ପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୂଚିତ କରିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦୌଡ଼ରେ ଶଶି ଥରୁରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣା ପଡ଼ୁଛି।

ଖବର ଅନୁଯାୟୀ, ଅଶୋକ ଗେହଲଟ ରାଜସ୍ଥାନ ସରକାରଙ୍କ ଶେଷ ବଜେଟ୍ ଉପସ୍ଥାପନ କରିବାକୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିପାରନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାଚସ୍ପତି ସିପି ଯୋଶୀଙ୍କ ନାମ ସୁପାରିଶ କରିଛନ୍ତି। ଯଦିଓ ସିପି ଯୋଶୀ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ସମ୍ପର୍କ ପୂର୍ବରୁ ଖରାପ ଥିଲା, କିନ୍ତୁ ୨୦୨୦ ଜୁନରେ, ସିପି ଯୋଶୀ ଅଶୋକ ଗେହଲଟ୍ ସରକାରଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିଥିଲେ। ଯାହା ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା।

Related Posts